ବିଶ୍ବ ମାନବ ଶରୀର ଗଣ୍ଠି-ସମସ୍ଯା ଦିବସ World Arthritis Day 💊 12th October 🌹

ରକ୍ତ ମାଂସ ହାଡ଼ ଶିରା-ପ୍ରଶିରାରେ
ଗଠିତ ଜନ ଶରୀର,
ଦୁଇ ଶହ ଛଅ ଖଣ୍ଡ ହାଡ଼କୁ ଯେ’
ଘୋଡ଼ାଇଛି ମାଂସ ଚର୍ମ ।

ପ୍ରାୟ ତିନି ଶହ ଗଣ୍ଠିରେ ସଂଯୁକ୍ତ
ଶରୀରର ସର୍ବ ହାଡ଼,
ପ୍ରକାର ଭେଦରେ ଗଣ୍ଠିଗୁଡ଼ିକ ଯେ’
ଅଟନ୍ତି ତିନି ପ୍ରକାର ।

ସ୍ଥିର ଆଉ ଧୀର ଗତି ସାଥେ ଦ୍ରୁତ
ଚଳନରେ ଗଣ୍ଠି ସ୍ଥିତ,
ମୁକ୍ତ ଚଳନୀୟ ଗଣ୍ଠି ଛ’ ପ୍ରକାର
ଶରୀରରେ କାର୍ଯ୍ୟରତ ।

ଶରୀର ବିଜ୍ଞାନ ପାଠରେ ବର୍ଣ୍ଣିତ
ସର୍ବାଙ୍ଗ ଜନ ଶରୀର,
ଗଣ୍ଠି ସମସ୍ଯାର କଷ୍ଟ ଯନ୍ତ୍ରଣାରେ
ସ୍ବତନ୍ତ୍ର ଧ୍ୟାନେ ଡାକ୍ତର ।

ଏ ନିମନ୍ତେ ଶୁଭ ଦୃଷ୍ଟି ଆକର୍ଷଣେ
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ,
ଊନବିଂଶ ଶତ ଛୟାନବେ’ଠାରୁ
କାର୍ଯ୍ୟକ୍ରମ ପ୍ରଣୟନ ।

ଅକ୍ଟୋବର ବାର ତାରିଖ ପ୍ରଣୀତ
ଗଣ୍ଠି ସମସ୍ଯା ଦିବସ,
ଶରୀର ମଧ୍ୟସ୍ଥ ଗଣ୍ଠିଗୁଡ଼ିକର
ଚିକିତ୍ସା ଦବା ବିଶେଷ ।

ଶିଶୁ କୈଶୋରରୁ ପୌଢ଼ କାଳ କର୍ମେ
ଶରୀର ଗଣ୍ଠିର ଦୋଷ,
ଚିକିତ୍ସାରେ ଭଲ ହୋଇଥିଲେ ମଧ୍ଯ
ବାର୍ଦ୍ଧକ୍ଯେ ଯନ୍ତ୍ରଣା କ୍ଳେଶ ।

ଯୋଗ ପ୍ରାଣାୟାମ କ୍ରୀଡ଼ା ଓ ବ୍ଯାୟାମ
ମାଧ୍ୟମେ ରୋଗ ବିନାଶ,
ଯୋଗ ଭଲ କରେ ଯାବତୀୟ ରୋଗ
ହର୍ଷରେ ବଢ଼େ ଆୟୁଷ ।

ଯୋଗ ପ୍ରାଣାୟାମ ଜରୁରୀ ଅବଶ୍ୟ
ସ୍ଵାସ୍ଥ୍ୟ-ରକ୍ଷା ନିରାମୟ,
କିନ୍ତୁ ଶାରୀରିକ କାର୍ଯ୍ୟ ହିଁ ବ୍ୟାୟାମ
ସର୍ବଦା ରଖନ୍ତୁ ଲୟ ।

ଗଣ୍ଠି-ବାତ ରୋଗ ଚିକିତ୍ସାରେ ଜନ
ଜୀବନ ହେଉ ଶୋଭନ,
ଚିକିତ୍ସକଗଣ ଯଶ-ଖ୍ଯାତି ସାଥେ
ଲଭନ୍ତୁ ଅଭିନନ୍ଦନ ।

Leave a Reply

Your email address will not be published. Required fields are marked *