


ପଦ୍ମପୁର : ମନୁଷ୍ୟର ଏକତା ରହିବା ଏକ ଜରୁରୀ ଅଟେ l ଆଜି ବରଗଡ ଜିଲ୍ଲା ଗାଇସିଲଟ ବ୍ଲକର ସରଧାପାଲି (ନୁଆଁପାଲି ଖେଳ ପଡିଆ)ରେ ବାବା ବିଶାଶହେ (କୂଳ କୁଲତା ବ୍ଲକ ସ୍ତରୀୟ ସମାଜ )ରେ ଏକ ବଡ଼ ଧରଣରସମାବେଶ ଅନୁଷ୍ଠିତ ହୋଇଯାଇଛି l ସମସ୍ତ ଅତିଥିଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା lଏହି ଉତ୍ସବରେ ନିଜ ଅଞ୍ଚଳ ତଥା ରାଜ୍ୟ ସଂଘରୁ ଉପସ୍ଥିତ ଥିଲେ l ବହୁଦିନର ଆଶା ପୂରଣ ହେବାରୁ ସମାଜର ବିଶିଷ୍ଟ ଲୋକେ ବହୁତ ଖୁସି ଜଣା ପଡୁଥିଲେ l ଉତ୍ସବରେ ଅତିଥି ଭାବରେ ଯଥାକ୍ରମେ ଅଂଚଳରୁ ବ୍ଲକ ସଭାପତି ଶ୍ରୀ ନାରାୟଣ ସାହୁ, ମୁଖ୍ୟାଂଶ ବିଜେପୁ୍ର ବିଧାୟକ ଶ୍ରୀ ସନତ ଗଡତିଆ, ଓଡିଶା ପ୍ରଦେଶ ରାଜ୍ୟ ସମ୍ପାଦକ ଶ୍ରୀ ଗୋପାଳ ଚନ୍ଦ୍ର ପଧାନ, ମହିଳା କମିଶନର ସଦସ୍ୟା ଶ୍ରୀମତୀ ମୁକ୍ତା ସାହୁ, ବଲାଙ୍ଗୀର ଜିଲ୍ଲା ସଭାପତି ଶ୍ରୀ ବେଲାଲସେନ ପଧାନ, ବରଗଡ କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ପର୍ଶୁରାମ ବାରିକ, ବରଗଡ ଯୁବ ସଭାପତି ସି ଶ୍ରୀ ବିରେନ ପଧାନ ଉପଦେଷ୍ଟା ସଦସ୍ୟ ଶ୍ରୀ ଶ୍ରୀ ବସନ୍ତ ସାହୁ ଓ ଶ୍ରୀ କଂଗ୍ରେସ ସାହୁ, ବ୍ଲକ ସମ୍ପାଦକ ଶ୍ରୀ ନରହରି ସାହୁ ଓ ଅଞ୍ଚଳର ବିଶିଷ୍ଟବ୍ୟକ୍ତିମାନେ l ମଞ୍ଚ ସୁପରିଚାଳନା ଦାୟିତ୍ୱରେ ଶ୍ରୀ ଦ୍ୱାଦଶ ପଧାନ ଓ ଗାଇସିଲଟ ଅଞ୍ଚଳର ଗରିବ ଦଳିତଙ୍କ ସେବାରେ ସଂଶ୍ଲିଟ ସମାଜ ସେବି ଶ୍ରୀ ଯାଜ୍ଞଶ୍ୱର ପଧାନ ମଞ୍ଚାସିନ ହୋଇଥିଲେ l ଅଞ୍ଚଲର ପ୍ରିୟ ବେତାର ଗାୟିକା, ଦୂରଦର୍ଶନର ଶିଶୁ କଳାକାର ଓ ପଦ୍ମପୁର ଉପଖଣ୍ଡ କଳାକାର ସଙ୍ଘ ଏକ ଟଙ୍କିଆ ସଭାପତି ଓ କଳାକାର ସାଂସ୍କୃତିକ କଳା ପ୍ରଦର୍ଶନ କରି ପ୍ରିୟ ଭାଜନ ହୋଇଥିଲେ l ଏକତ୍ରିତ କୁଲତା ସମାଜ ସଂସ୍କାର ମାନବ ସମାଜକୁ ଅଳ୍ପ ଦିନରେସଂଘମେଳର ଶିକ୍ଷା ଦେଇଛନ୍ତି l ପଦ୍ମପୁର ଉପଖଣ୍ଡରୁ ଫକୀର ଦୀପଙ୍କ ରିପୋର୍ଟ