ବିଶ୍ଵ ଅଣ୍ଡା ଦିବସ 🥚 World Egg Day 😱2nd Friday of October (10 Oct.)

ଆଜ ଅକ୍ଟୋବର ଚଉଦ ତାରିଖ
ବିଶ୍ବ ଅଣ୍ଡାର ଦିବସ,
ବତକ ହଂସ କି କୁକୁଡ଼ା ଅଣ୍ଡାର
ଗୁଣ ଜାଣନ୍ତୁ ବିଶେଷ ।

ଶିଶୁ ଖାଦ୍ୟେ ଏହା ସୁସ୍ବାଦ ସହିତ
ହାଡ଼କୁ କରେ ଶକତ,
ଭିଟାମିନ ବିଡି କ୍ୟାଲସିୟମ ସାଥେ
ସୃଷ୍ଟି କରଇ ରକତ ।

ଅଣ୍ଡା ଆମଲେଟ୍ ଅବା ସିଝା-ଅଣ୍ଡା
ବ୍ଯଞ୍ଜନ ଚାହିଦା ଆଜ,
ପରିବାର ଅବା ବଜାର ହୋଟେଲ
ଦେଖ ବାଟେ-ଘାଟେ ସଜ ।

ଫଲଡ୍ରିନ୍ ଅଣ୍ଡା ଠାରୁ କିନ୍ତୁ ଦେଶୀ
କୁକୁଡ଼ା ଅଣ୍ଡାର ଗୁଣ,
ରୋଗୀ କୁକୁଡ଼ାର ମାଂସ ଅବା ଅଣ୍ଡା
କେବେ ନ ଖାଇବ ଜାଣ ।

କୁକୁଡ଼ା ଫାର୍ମ କି ପାଳନେ ଜୀବିକା
ଜନ ଜୀବନ ସୁନ୍ଦର,
ଆଜ ଅକ୍ଟୋବର ଚଉଦ ତାରିଖ
ଅଣ୍ଡା ଦିବସ ହୁନ୍ଦର ।

Leave a Reply

Your email address will not be published. Required fields are marked *