
ପାଲଲହଡ଼ା-ସାରା ରାଜ୍ୟରେ ବିଜେଡି ତରଫରୁ ଅକ୍ଟୋବର 9 ତାରିଖ ଗୋପବନ୍ଧୁ ଜୟନ୍ତୀ ଠାରୁ ନଭେମ୍ବର 9 ତାରିଖ ପର୍ଯ୍ୟନ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ବାନ କ୍ରମେ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଯାଇଛି।ପାଲଲହଡ଼ା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ମୁକେଶ କୁମାର ପାଲ ଙ୍କ ଅଧ୍ୟକ୍ଷତା ରେ ପାଲଲହଡ଼ା ସଦରମହକୁମା ଠାରେ ଏହି ପଦଯାତ୍ରା ଆରମ୍ଭ ହୋଇଥିଲା।ମା କୁଣ୍ଢେଇବିରା ଙ୍କ ମନ୍ଦିର ରେ ପୂଜାର୍ଚନା କରି ପଦଯାତ୍ରା ଆରମ୍ଭ ହୋଇଥିଲା। ସେବା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ସହ ବିଜେପି ସରକାର ମିଥ୍ୟା ପ୍ରତିଶ୍ରୁତି ଦେଇ ଭୋଟ ହାତେଇ ସରକାରକୁ ଆସିଥିବା ଏବଂ ବିଜେପିର ଅସଲ ଚେହେରାକୁ ତୃଣମୂଳସ୍ତରରେ ପହଞ୍ଚାଇବା ଲକ୍ଷ୍ୟ ନେଇ ବିଜୁ ଜନତା ଦଳ ପକ୍ଷରୁ ପାଲଲହଡ଼ା ନିର୍ବାଚନ ମଣ୍ଡଳୀ ସାରା ପଦଯାତ୍ରା କରାଯିବ ବୋଲି ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମୁକେଶ କୁମାର ପାଲ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମରେ ପାଲଲହଡ଼ା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରିନାରାଣୀ ନାଏକ,କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ,ବ୍ଲକ ବିଜେଡି ସଭାପତି ରଞ୍ଜିତ ବିଶ୍ଵାଳ, ନରେନ୍ଦ୍ର ଭୁକ୍ତା, ବରିଷ୍ଠ ନେତା ହେମନ୍ତ ଦାସ,ପୂର୍ବତନ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଇନ୍ଦ୍ରମଣି ଗଡନାୟକ,ଗିରିଧାରି ବେହେରା ସମେତ ଜିଲ୍ଲାପରିଷଦ ସଭ୍ୟ ସଭ୍ଯା, ସମସ୍ତ ପଞ୍ଚାୟତ ସଭାପତି ତଥା ଯୁବ ଛାତ୍ର ସଂଗଠନ ର କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ।