ପାଲଲହଡା – ବେଆଇନ ବଦଳି ଆଦେଶ ବଳରେ 24 ଜଣ ଶିକ୍ଷକ/ଶିକ୍ଷୟତ୍ରୀ ଙ୍କୁ ରାତି ଅଧିଆ ଚଞ୍ଚକତା କରି ବିଭିର୍ନ ସ୍କୁଲ କୁ ବଦଳି କରିଥିଲେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ, ବିଭିର୍ନ ମହଲ ରୁ ଅଭିଯୋଗ ପରେ ଏବଂ ଏହି ଚଞ୍ଚକତା କୁ ଧରିବା ପରେ ସମସ୍ତ 24 ଜଣଙ୍କ ବଦଳି ଆଦେଶ କୁ ରଦ୍ଧ କରିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ଶିକ୍ଷା ବିଭାଗ ରେ I ଗତ 18 ଅଗଷ୍ଟ ରୁ 13 ସେପ୍ଟେମ୍ବର ମଧ୍ୟ ରେ ପାଲଲହଡା ବ୍ଲକ ର ବିଭିର୍ନ ବିଦ୍ୟାଳୟ ରୁ 24 ଜଣ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ବ୍ଲକ ର ଅନ୍ୟ 24 ଟି ବିଦ୍ୟାଳୟ କୁ ଡେପୁଟେସନ ମାଧ୍ୟମ ରେ ବଦଳି ପାଇଁ 21 ଗୋଟି ବଦଳି ଆଦେଶ ବାହାରିଥିଲା ଯାହାଫଳ ରେ 18 ଅଗଷ୍ଟ ରେ ଆଦେଶ ନମ୍ବର -1875/2025 ବଳରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରମାନନ୍ଦପୁର ର ଶିକ୍ଷୟତ୍ରୀ କିରଣବଲା ସାହୁ ଙ୍କୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଇଂଜିଡି କୁ ବଦଳି ବଦଳି କରାଯାଇଥିବା ଠାରୁ ଆରମ୍ଭ କରି ଗତ 13 ସେପ୍ଟେମ୍ବର 2025 ଆଦେଶ ନମ୍ବର 1970/2025 ରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ସରୋଜିନୀ ନାଏକ ଙ୍କୁ ଟାଉନ ବାଳିକା ବିଦ୍ୟାଳୟ କୁ ବଦଳି କରାଯାଇଥିଲା I ସେହିପରି ଅନ୍ୟ ଏକ ବଦଳି ଆଦେଶ ସଂଖ୍ୟା 1948/13-09-2025 ବଳ ରେ ଏକାଥରକେ 4 ଜଣ ଶିକ୍ଷୟତ୍ରୀ ଙ୍କୁ ବଦଳି କରାଯାଇଥିଲା ଯେପରିକି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସାମିଆପାଲି ର ଶିକ୍ଷୟତ୍ରୀ ରଂଜିତା ବେହେରା ଙ୍କୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସାନସଡା କୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କଲଣ୍ଡା ର ଶିକ୍ଷୟତ୍ରୀ ସୁନିତା ଜେନା ଙ୍କୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,କଣ୍ଟିଆପଶି କୁ ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,କଣ୍ଟିଆପଶି ର ଶିକ୍ଷୟତ୍ରୀ ସୌଦାମିନୀ ସାମଲ ଙ୍କୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କଲଣ୍ଡା କୁ ବଦଳି କରାଯାଇଥିଲା। ଏହିପରି ଭାବେ ବ୍ଲକ ର ମୋଟ 24 ଜଣ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ବଦଳି କରାଯାଇଥିଲା।ସମସ୍ତ ଶୀକ୍ଷକ ଶିକ୍ଷୟିତ୍ରୀ ବଦଳି ଆଦେଶ ବଳରେ ନୂତନ ବିଦ୍ୟାଳୟ ରେ ଯୋଗଦାନ ମଧ୍ଯ କରିଥିଲେ।ବି ଏଲ ଓ ଦାୟିତ୍ଵ ରେ ଥିବା ଶିକ୍ଷକ ଙ୍କ ବଦଳି ନିର୍ବାଚନ ଅଧିକାରୀ ତଥା ପାଲଲହଡ଼ା ଉପଜିଲ୍ଲାପାଳ ଙ୍କ ଅନୁମତି ରେ ହେବାର ନିୟମ ଥିଲେ ମଧ୍ୟ ଜଣେ ଶୀକ୍ଷକଙ୍କ ନାମ ଏହି ବଦଳି ତାଲିକା ରେ ରହିବା ଏବଂ ସେ ନୂତନ ଜାଗାରେ ଯୋଗଦେବା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଛି। ପାଲଲହଡା ବ୍ଲକ ଶିକ୍ଷା ଅଧିକାରିଣୀ ଅଞ୍ଜଳୀ ପ୍ରିୟା ପ୍ରଧାନ ଗତ ଜୁଲାଇ ମାସ 31 ତାରିଖ ରେ ଅବସର ନେବା ପରେ 15-09-2025 ପର୍ଯ୍ୟନ୍ତ ଅତିରିକ୍ତ ବ୍ଲକ ଶିକ୍ଷାଅଧିକାରୀ ଶୈଳେନ୍ଦ୍ର ସିଂ ବି.ଇ.ଓ ଦାଇତ୍ୱ ରେ ରହିଥିଲେ ଏବଂ ଏହି ସମୟ ରେ ଏହି ସବୁ ବଦଳି ମୋଟା ରକମ ର ଟଙ୍କା କାରବାର ଦ୍ଵାରା ହୋଇଥିବା କିଛି ଶିକ୍ଷକ ଶିକ୍ଷୟତ୍ରୀ ଅଭିଯୋଗ ଆଣିଥିଲେ ଫଳରେ ଜିଲ୍ଲା ଶିକ୍ଷାଅଧିକାରୀ ନିରଞ୍ଜନ ସାହୁ ଏହି ଘଟଣା ର ତଦନ୍ତ କରିଥିଲେ ଏବଂ ଚିଠି ସଂଖ୍ୟା 8074/20-09-2025 ରେ ସମସ୍ତ ବଦଳି ଆଦେଶ କୁ ବାତିଲ କରିବା ପାଇଁ ବ୍ଲକ ଶିକ୍ଷାଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ ଏବଂ ଏହି ନିର୍ଦେଶନାମା ଆଧାର ରେ ନୂତନ ବ୍ଲକ ଶିକ୍ଷାଧିକାରୀ ସତ୍ୟବାଦୀ ସାମଲ ଚିଠି ସଂଖ୍ୟା 2030/25-09-2025 ରେ ସମସମସ୍ତ ବଦଳି ଆଦେଶ କୁ ବେଆଇନ ଦର୍ଶାଇ ବାତିଲ କରିଥିଲେ , ଯାହାଫଳ ରେ ବଦଳି ହୋଇଥିବା 24 ଜଣ ଶିକ୍ଷକ ଶିକ୍ଷୟତ୍ରୀ ବଦଳି ହୋଇଥିବା ବିଦ୍ୟାଳୟ ଗୁଡିକ ରୁ ପୁଣି ପୂର୍ବପରି ମୂଳ ବିଦ୍ୟାଳୟ କୁ ଫେରିଛନ୍ତି I ତେବେ ଏହିପରି ବେଆଇଲନ ବଦଳି ପଛରେ ବ୍ଲକ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ଠାରୁ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଚେର ଲମ୍ବିଥିବା ଅଭିଯୋଗ ହୋଇଛି।ଅନ୍ୟପଟେ ବିଦ୍ୟାଳୟ ଗୁଡିକର ସୁପରିଚାଳନା ପାଇଁ ବଦଳି ର ଆବଶ୍ୟକତା ଥିଲା ତେଣୁ ବଦଳି କରାଯାଥିଲା ଏବଂ ଏଥିରେ କୌଣସି ଅର୍ଥ କାରବାର ହୋଇ ନଥିବା ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଶୈଳେନ୍ଦ୍ର ସିଂ କହିଥିବାବେଳେ , ବେଆଇନ ଭାବେ ଏହି ବଦଳି ହୋଇଥିଲା ତେଣୁ ଅଭିଯୋଗ ଆସିବାପରେ ତଦନ୍ତ କରାଯାଇ ସମସ୍ତ ବଦଳି କୁ ବାତିଲ କରାଯାଇଥିବା ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ସାହୁ କହିଛନ୍ତି।ତେବେ ବିଗତ ଦୁଇ ବର୍ଷ ଧରି ପାଲଲହଡ଼ା ଉପଖଣ୍ଡ ରେ ସ୍ଥାୟୀ ବ୍ଲକ ଶିକ୍ଷା ଅଧିକାରୀ ରହୁ ନଥିବା ରୁ ମନ ଇଚ୍ଛା କାର୍ଯ୍ୟ ଚାଲୁଥିବା ବେଳେ ଶିକ୍ଷା ବିଭାଗ ମହାନିଦ୍ରା ରେ ଶୋଇଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି।