ସ୍ବର୍ଗତ ବିସ୍ମୟ ମହାନ୍ତିଙ୍କ ୮ତମ ଶ୍ରଦ୍ଧାଞ୍ଜଳି ସଭା

ଅଦ୍ୟ ତା ୮.୧୦.୨୦୨୫ରିଖ ପୂର୍ବାହ୍ନ ୧୧ଘଟିକା ବାଲେଶ୍ଵର ସାମ୍ବାଦିକ ପ୍ରକୋଷ୍ଠରେ ଦିବଙ୍ଗତ ସାମ୍ବାଦିକ ସ୍ମୃତି କମିଟି ବାଲେଶ୍ଵର ପଖ୍ୟରୁ ଆଜିକାଲି ଖବର କାଗଜର ପ୍ରତିଷ୍ଠାତା ତଥା ସମ୍ପାଦକ ସ୍ବର୍ଗତ ବିସ୍ମୟ ମହାନ୍ତିଙ୍କ ୮ତମ ଶ୍ରଦ୍ଧାଞ୍ଜଳି ସଭା କମିଟିର ସଭାପତି ଦେବବ୍ରତ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ସ୍ମୃତି ଚାରଣ ସଭାର ଉଦଘାଟକ ଭାବରେ ବାଲେଶ୍ଵର ଜିଲ୍ଲା ପରିଷଦ ସଭାପତି ନାରାୟଣ ଚନ୍ଦ୍ର ପ୍ରଧାନ ଯୋଗଦେଇ ପ୍ରଦିପ ପ୍ରଜ୍ବଳନ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ଆଜିକାଲି ସମ୍ବାଦ ପତ୍ରର ପ୍ରକାଶକ କିଶୋର ଦାସ ପ୍ରମୁଖ ଯୋଗଦେଇ ସ୍ବର୍ଗତ ବିସ୍ମୟ ମହାନ୍ତିଙ୍କ କାର୍ଯ୍ୟଦକ୍ଷତା ସାମ୍ବାଦିକତା ସାମାଜିକ କାର୍ଯ୍ୟ ରାବଣ ପୋଡି ଚାନ୍ଦିପୁର ବେଳାଭୂମି ମସୋତ୍ସବ ସମ୍ପର୍କରେ ବିସ୍ମୟ ମହାନ୍ତିଙ୍କ ଅବଦାନ ଥିଲା ଅବର୍ଣ୍ଣନୀୟ ବୋଲିକହି ସ୍ମୃତି ଚାରଣ କରିଥିଲେ। ଏହି ଅବସରରେ ଅମର ଆତ୍ମାର ସଦଗତି ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସ୍ବର୍ଗତ ବିସ୍ମୟ ମହାନ୍ତିଙ୍କ ବଡ଼ ଭାଇ ବିପ୍ଳବ କୁମାର ମହାନ୍ତି ସୁପୁତ୍ର ନିର୍ମାଲ୍ୟ ମହାନ୍ତି ପ୍ରେସ ଇମ୍ପ୍ରେସର ସଭାପତି ଉଜ୍ଵଳ କର ଉପସଭାପତି ସନ୍ଦିପ୍ତ ଦାସ ବସିଧର ଦଳେଇ ମଞ୍ଚାଶିନ ଅତିଥି ଭାବେ ଯୋଗଦେଇ ସ୍ମୃତି ଚାରଣ କରିଥିବାବେଳେ ଅନୁଷ୍ଠାନର ସମ୍ପାଦକ ଗଗନ କୁମାର ସେଠୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିନାୟକ ମହାପାତ୍ର ଭଗବାନ ଦାସ ପ୍ରଦିପ କୁମାର ବେହେରା ବାସୁଦେବ ରାଉଳ ତ୍ରିଲୋଚନ ଉପାଧ୍ୟାୟ ଯୋଶଦାନନ୍ଦ ଆସ ଗୈରାଙ୍ଗ ପାଣିଗ୍ରାହୀ ରାଜେନ୍ଦ୍ର ପ୍ରଧାନ ବାସନ୍ତୀ ମିଶ୍ର ମମତା ଦାସ ତପନ ଦାସ ଆରତୀ ମୂଖି ସନିଆ ମୁଖି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅନୁଷ୍ଠାନ ପକ୍ଷରୁ କମଳାକାନ୍ତ ନାୟକ ଶରତ ଚନ୍ଦ୍ର ବାରିକଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଜିଲ୍ଲା ପରିଷଦ ସଭାପତି ନାରାୟଣ ଚନ୍ଦ୍ର ପ୍ରଧାନ ଦିବଙ୍ଗତ ସାମ୍ବାଦିକ ସ୍ମୃତି କମିଟିକୁ ୨୧୦୦୦ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରିବା ଘୋଷଣା କରିଥିବା ବେଳେ ରାଜେନ୍ଦ୍ର ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି କାଲିର ସମ୍ପାଦକ ନିର୍ମାଲ୍ୟ ମହାନ୍ତି ୧୦,୦୦୦ଟଙ୍କା ଅନୁଦାନ ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ। ଶେଷରେ ବୈଦ୍ୟୁତିକ ଓ ମୁଦ୍ରିତ ଗଣମାଧ୍ୟମର ସାମ୍ବାଦିକ ସୁରେନ୍ଦ୍ର ମୋହନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *