
ବାଲେଶ୍ୱର : ରୋଗୀ ସେବା ମନୋବୃତ୍ତି ନେଇ ବର୍ଷ ବର୍ଷ ଧରି ଉନ୍ନତ ମାନର ହୃଦରୋଗ ସେବା ଯୋଗାଇ ଆସୁଥିବା ବାଲେଶ୍ଵର ର “ସ୍ୱାସ୍ଥ୍ୟ କେୟାର” ରେ ଆଜି ଭଳି ଏକ ପବିତ୍ର ଦିନରେ ଜଗତ ଜନନୀ “ମା ଦୁର୍ଗା” ଓ ବାଲେଶ୍ଵର ବାସୀଙ୍କ ଆଶିର୍ବାଦ ନେଇ ବିଶିଷ୍ଟ ରେଡିଓଲଜିଷ୍ଟି ଡକ୍ଟର ରାଜକିଶୋର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ ନୂତନ ଓ ଉନ୍ମତ ମାନର ଅଲଟ୍ରାସାଉଣ୍ଡ କେନ୍ଦ୍ର ସ୍ଥାପନ କରାଯାଇଛି। ଏହି ଇନଆଗୁରେସନ୍ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ସଦର ବିଧାୟକ ଶ୍ରୀ ମାନସ କୁମାର ଦତ୍ତ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସିଡିଏମଓ ଡକ୍ଟର ପ୍ରଭାତ କୁମାର ବେହେରା, ପୂର୍ବତନ ସିଡିଏମଓ ଡକ୍ଟର ଗୋପିନାଥ ପରିଡା ଓ ପୂର୍ବତନ ସିଡିଏମଓ ଡକ୍ଟର ସୁଶାନ୍ତ କୁମାର ନାୟକ ତଥା “ଦି ସମାଜ” ର ବିଶିଷ୍ଟ ବ୍ୟକ୍ତି ଓ ସେବା ମନୋବୃତ୍ତି ରଖିଥିବା ଜିଲ୍ଲାର ବହୁ ବିଶିଷ୍ଟ ଡକ୍ଟର ମାନେ ଯୋଗଦାନ କରି ଏହାକୁ ଅଧିକ ସାଫଲ୍ୟ ମଣ୍ଡିତ କରିଥିଲେ। “ସ୍ୱାସ୍ଥ୍ୟ କେୟାର” ବିଗତ ଦଶ ବର୍ଷରେ ଜିଲ୍ଲାର ଏକ ନିର୍ଭରଯୋଗ୍ୟ ଓ ନିରବଚ୍ଛିନ୍ନ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଯୋଗାଇ ସାଧାରଣରେ ବିଶ୍ବାସ ଭାଜନ ହେଇପାରିଥିବାରୁ ଜିଲ୍ଲାର ପ୍ରସିଦ୍ଧ ସର୍ଜରୀ ବିଶେଷଜ୍ଞ ଡକ୍ଟର ଶୁଭେନ୍ଦୁ ଘଡେଇ, ଚର୍ମରୋଗ ବିଶେଷଜ୍ଞ ଡକ୍ଟର ରାଜେନ୍ଦ୍ର କୁମାର ସାହୁ ସାଧୁବାଦ ପ୍ରଦାନ କରିଥିଲେ। ସ୍ୱାସ୍ଥ୍ୟ କେୟାରକୁ ଚଳାଉ ଥିବା ଲଲାଟେନ୍ଦୁ ରାୟ, ମନୋଜ ପଦାର, ଅମିତ ଗୁପ୍ତା ଏବଂ ସ୍ୱାସ୍ଥ୍ୟ କେୟାରର ସମସ୍ତ କର୍ମୀ ସହଯୋଗ କରିଥିଲେ,ବାଲେଶ୍ୱର ଜିଲ୍ଲାର ସର୍ବ ପୁରାତନ ଓ ସମସ୍ତଙ୍କର ପରିଚିତ ପ୍ରସିଦ୍ଧ ଡକ୍ଟର ଅମିତାଭ ଗିରି ନିଜେ ଉପସ୍ଥିତ ରହି ଏହାକୁ ତଦାରଖ କରିଥିଲେ। ଜନ ସାଧାରଣରେ ଏହାକୁ ଭୂରି ଭୂରି ପ୍ରସଂଶା କରାଯାଇଛି ।