
ରାଜଗାଙ୍ଗପୁର:- ରାଜଗାଙ୍ଗପୁର ବ୍ଲକ ଲାଇଙ୍ଗ ସିଏଚସି ପରିସରରେ ରାମାବାହାଲସ୍ଥିତ ସ୍କାନ ଷ୍ଟିଲ ଲିମିଟେଡ଼ ଦ୍ବାରା ୩ଟି ଜଳ ବିଶୋଧନ ଯନ୍ତ୍ର ଲୋକାର୍ପଣ କରାଯାଇଛି। ଏହା ଫଳରେ ଦୀର୍ଘ ଦିନ ଧରି ବିଶେଷ କରି ଗ୍ରୀଷ୍ମ ସମୟରେ ରୋଗୀଙ୍କୁ ହେଉଥିବା ଜଳ ଳ କଷ୍ଟରୁ ନିଦାନ ମିଳିବ ବୋଲି ଆଶା କରାଯାଉଛି । ରାଜଗାଙ୍ଗପୁର ବିଧାୟକ ଡାକ୍ତର ସିଏସ ରାଜେନ ଏକ୍କା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହି ୩ ଜଳ ବିଶୋଧନ ଯନ୍ତ୍ରକୁ ଲୋକାର୍ପଣ କରିଛନ୍ତି । ସ୍କାନ ଷ୍ଟିଲ ଲିମିଟେଡ୍ ର ଅଧ୍ୟକ୍ଷ ରାଜେଶ ଗାଡ଼ୋଡିଆ ଓ ନିର୍ଦ୍ଦେଶକ ଅର୍ଛନା ଗାଡୋଡିଆ ଏହି ସମୟ ରେ ସମ୍ମାନିତ ଅତିଥ୍ ଭାବେ ଯୋଗ ଦେଇଥିଲେ। ପବନ ଗାଡୋଡିଆ, ଅରୁଣ ସାମଲ, ସ୍କାନ ଷ୍ଟିଲ ଲୋକସମ୍ପର୍କ ଅଧିକାରୀ ସୁବ୍ରତ ନାଏକ, ପ୍ରଭାକର ଅଗ୍ରୱାଲ, ଜେକେ ପଟ୍ଟନାୟକ ଓ ଲାଇଙ୍ଗ ସିଏଚସି ଅଧୂକାରୀ ଡାକ୍ତର ଗୋଛାୟତ ପ୍ରମୁଖ ଉପସ୍ଥିତ ଥିଲେ।
ଅବଦୁଲ ରଜାକ ଖାନ
ରାଜଗାଙ୍ଗପୁର