ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

କୋରାପୁଟ,୯।୧୦() କୋରାପୁଟ ସଦର ମହକୁମାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। କୋରାପୁଟ ବିଧାୟକ ରଘୁରାମ ମାଛ,ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା,ଅତିରିକ୍ତ ଜିଲ୍ଲାପାଳ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇ, କୋରାପୁଟ ପ୍ରେସକ୍ଳବ ସଭାପତି ଭବାନୀ ଶଙ୍କର ମିଶ୍ର, ଜିଲ୍ଲା କଂଗ୍ରେସ କମିଟି ସଭାପତି ରୂପକ ତୁରୁକ,କୋରାପୁଟ ବିଜେପି ମଣ୍ଡଳ ସଭାପତି ୱାଇ ସତ୍ୟନାରାୟଣ,ପୂର୍ବତନ ବିଧାୟକ ନିମାଇଁ ସରକାର, ସାଂସଦଙ୍କ ପ୍ରତିନିଧି ବାବୁଲା ବେନିଆ ଓ ଜୟନ୍ତ କଚିନ, ପୂର୍ବତନ କାଉନସିଲର ରାମଚନ୍ଦ୍ର ମାଝୀ,ବରିଷ୍ଠ ସାମ୍ବାଦିକ ଘନଶ୍ୟାମ ରଥ,ଆଇନଜୀବୀ କାମାକ୍ଷା ପ୍ରସାଦ ମାଝୀ ,ସମାଜସେବୀ ଲଲିତ ମୋହନ ପଟ୍ଟନାୟକ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ଅଲିଭା କୁମାର ବେହେରାଙ୍କ ସହ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଯୋଗଦେଇ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ।ସେହିପରି କୋରାପୁଟ ଗୋପବନ୍ଧୁ ସମିତି ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତୀରେ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ପୁଷ୍ପ ମାଲ୍ୟାର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *