ମନ ମାନି ରେ ଶ୍ରମିକ ଛଟେଇ କରୁଛି ପିଆଇ ସିଟି, ଧର୍ମଘଟ ରେ ଶ୍ରମିକ l

ପାରାଦୀପ : ପାରାଦୀପ ବନ୍ଦର ମଧ୍ୟରେ ଗେଟେ ନମ୍ବର୍ ୫ ରେ କାର୍ଯ୍ୟ କରୁଥିବା ପିଆଇ ସିଟି କମ୍ପାନୀ ରେ ବହୁ ଶ୍ରମିକ ଦିର୍ଘ ୮, ୧୦ବର୍ଷ ଧରି ବିଭିନ୍ନ କାର୍ଯ୍ୟ କରୁଥିବା ବେଳେ, ମଝିରେ ମଝିରେ କମ୍ପାନୀ ଶ୍ରମିକ ମାନଙ୍କୁ ଛଟେଇ କରୁଥିବା ଜଣା ଯାଇଛି l ଏମିତିକି ୨୦୨୩ ମସିହାରୁ କିଛି ଶ୍ରମିକ ଛଟେଇ କରି ଥିବା ବେଳେ ଏଥିନେଇ ପ୍ରଶାସନିକ ଅଧିକାରୀ, ତହସିଲ୍ ଦାର ,ଏଡିଏମ୍ ସମସ୍ତ ଙ୍କୁ ଶ୍ରମିକ ଛଟେଇ ନେଇ ଅବଗତ କଲା ପେରେ ସମସ୍ତ ଅଧିକାରୀ କିଛି ଦିନ ମଧ୍ୟରେ ଶ୍ରମିକ ଙ୍କ କଥା ବୁଝା ଜୀବ ବୋଲି ପ୍ରତିଶ୍ରୁତି ଦେଇ ଥିଲେ l କିନ୍ତୁ ତାହା ଦୀର୍ଘ ଦିନି ହେବ ବୁଖା ଯାଇ ନ ଥିବା ବେଳେ, ଏହା ପରେ ମଧ୍ୟ କମ୍ପାନୀରେ ଚାଲିଛି” ମନ ମାନି” ଏପରିକି ଏଇ କିଛି ଦିନ ହେଲା ପୁଣି ୧୭ ଜଣ ଶ୍ରମିକ ଙ୍କୁ ଛଟେଇ କରିବାରୁ ଶ୍ରମିକ ମାନଙ୍କ ମଧ୍ୟରେ ଅସାନ୍ତି ସୃଷ୍ଟି ହୋଇଛି l ସେଥିନେଇ ଆଜି ପିଆଇ ସିଟି କମ୍ପାନୀ ସମ୍ମୁଖରେ ୨୦୦ ଶହରୁ ଉର୍ଦ୍ଧ ଶ୍ରମିକ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l ସେମାନଙ୍କର କହିବା ଅନୁସାରେ ୫ ଦଫା ସମ୍ବଳିତ ଦାବିପତ୍ର ଯଦି କମ୍ପାନୀ ନ ବୁଝେ ଓ ଛଟେଇ ଶ୍ରମିକ ମାନଙ୍କୁ ଚାକିରି ରେ ନିଯୁକ୍ତି ନ ଦିଏ ଏଥିସହ ଧର୍ମ ଘଟ କରିଥିବା ଶ୍ରମିକ ମାନଙ୍କ କଥା ନ ବୁଝେ ତେବେ ଏହି ଧର୍ମଘଟ ଚାଲୁ ରହିବ ବୋଲି ଶ୍ରମିକ ମାନେ ଚେତା ବନି ଦେଉଛନ୍ତି l ଏଥିରେ ଶ୍ରମିକ ନେତା ସୁଧାକର ମନ୍ତ୍ରୀ ଯୋଗ ଦେଇ ଥିବା ବେଳେ ଆଗ ଧାଡ଼ିର ବହୁ ନେତା ମଧ୍ୟ ଯୋଗ ଦେଇଥିବା ଦେଖିବାକୁ ମିଳିଛି l ଏଥିନେଇ କୁଜଙ୍ଗ ତହସିଲ୍ ଦାର ପାରାଦୀପ ଆଦର୍ଶ ଥାନ ଭାରପ୍ରାପ୍ତ ଅଧିକାରୀ ଧର୍ମ ଘଟ ସ୍ତଳରେ ପହଞ୍ଚି ଶ୍ରମିକ ମାନଙ୍କୁ ବୁଝା ସୁଝା କରିବା ଦେଖା ଯାଇଛି l ହେଲେ ଶ୍ରମିକ ମାନଙ୍କ ଦାବି ପୁରଣ ନ ହେବା ତକ ଶ୍ରମିକ ମାନେ ଧର୍ମଘଟ ରୁ ଓହରିବେ ନାହିଁ ବୋଲି ସିଧା ସଳଖ ମନା କହିଛନ୍ତି l ଦେଖିବାକୁ ରହିଲା ଶ୍ରମିକ ମାନଙ୍କ ଦୁଃଖ ପିଆଇ ସିଟି କମ୍ପାନୀ ବୁଝୁଛି କେବେ l ପାରାଦୀପ ରୁ ପୁରୁଷୋତ୍ତମ ଶତପଥୀ ଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *