ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ

ପାରାଦ୍ଵୀପ :ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ଅଧୀନରେ ନିକ୍ଷୟ ମିତ୍ର ଭାବେ ଇଫକୋ ପାରାଦୀପ ନିକ୍ଷୟ ମିତ୍ରଦିବସ ପାଳନର 3 ବର୍ଷ ପୂର୍ତ୍ତି ଉପଲକ୍ଷେ ଜଗତସିଂହପୁର ଜିଲ୍ଲାର 4ଟି ବ୍ଲକ ଏରାସାମା, ବାଲିକୁଡା, ନୌଗାଁ ଏବଂ ବିରିଡିର ସମସ୍ତ ଯକ୍ଷ୍ମା ରୋଗୀଙ୍କୁ ଏକ ବର୍ଷ ପାଇଁ ପୋଷ୍ୟ ଭାବେ ଗ୍ରହଣ କରାଯାଇଛି । ୧୦୦ ଜଣ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ବାସ୍କେଟ୍ ବଣ୍ଟନ କରିଛି |ଏହି ଅବସରରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିକ୍ଷୟ ମୁଁ ମିତ୍ର ଦିବସ ପାଳନ ଅବସରରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ରଶ୍ମିରଞ୍ଜନ ପଟ୍ଟନାୟକ, ଇଫକୋ ଲୋକସମ୍ପର୍କ କାର୍ଯ୍ୟାଳୟ ଅଧିକାରୀ ପ୍ରସନ୍ନକୁମାର ବେଉରା, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧୀକ୍ଷକ, ବରିଷ୍ଠ ଚିକିତ୍ସା ସୁପରଭାଇଜର, ବ୍ଲକ ପ୍ରୋଗ୍ରାମ ମ୍ୟାନେଜର, ଏମ୍ ଡି ୱାକର ଅଲି – ଡିପିପିଏମ୍ ସି, ବିପିନ ବିହାରୀ ପାତ୍ର-ଡିପିସି, ପ୍ରମୁଖ ଉପସ୍ଥିତ ଥିଲେ ।ପିଏମ ଟିବିଏମ୍ଏ ଅଧୀନରେ, ଯକ୍ଷ୍ମା ରୋଗୀଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ବାସ୍କେଟ୍ (ନି-କ୍ଷୟ ପୋଷଣ ଅଭିଯାନ) ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ, ସେମାନଙ୍କର ସହନଶୀଳତା ବୃଦ୍ଧି କରେ, ପୁନ ରୁଦ୍ଧାରକୁ ତ୍ୱରାନ୍ୱିତ କରେ, ପୁଷ୍ଟିହୀନ ତାର ଆଶଙ୍କା କୁ ହ୍ରାସ କରିଥାଏ ଏବଂ ଅତ୍ୟା ବଶ୍ୟକ ପୋଷକ ତତ୍ତ୍ୱ ଏବଂ ଶକ୍ତି-ଘନ ସପ୍ଲିମେଣ୍ଟ ଯୋଗାଇ ଚିକିତ୍ସା ପରିତ୍ୟାଗ କରିବାର ସମ୍ଭାବନାକୁ ହ୍ରାସ କରିଥାଏ. ଏହା ପୁଷ୍ଟିକର ଖାଦ୍ୟ ବାସ୍କେଟର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ | ମୃତ୍ୟୁ ଏବଂ ରୋଗ ହ୍ରାସ କରିବା |

Leave a Reply

Your email address will not be published. Required fields are marked *