

ଚଣ୍ଡିଖୋଲ ୪/୫(କ ଵ୍ୟୁ)ପବିତ୍ର ସୁନିଆଁ ଓ ବାମନ ଜନ୍ମ ଅବସରରେଗ ଚଣ୍ଡିଖୋଲ ସାର୍ବଜନିନ ଦୂର୍ଗା ପୂଜା କମିଟି ପକ୍ଷରୁ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ମୃମୟୀ ମୂର୍ତ୍ତୀ ନିର୍ମାଣ ପାଇଁ ପବିତ୍ର ମାଟି ଅନୁକୂଳ କାର୍ଯ୍ୟ ସମ୍ପନ୍ନ ହୋଇଛି। ଦୂର୍ଗା ମଣ୍ଡପଠାରୁ ପୁରୋହିତ, କର୍ତ୍ତା ଓ କମିଟିର କର୍ମକର୍ତା ସଭ୍ୟ ମାନେ ବାଜା ବାଣ ସଂକୀର୍ତ୍ତନ ସହ ଏକ ଶୋଭାଯାତ୍ରାରେ ଯାଇ ସୁଙ୍ଗୁଡା ଖେଳ ପଡିଆ ରୁ ପବିତ୍ର ମାଟି ସଂଗ୍ରହ କରିଥିଲେ। ପାରମ୍ପରିକ ରୀତିନୀତି ଓ ପୁଜା ପଦ୍ଧତି ଅନୁଯାୟୀ ପୁଜକ ତପନ କୁମାର ଦାଶ, କର୍ତ୍ତା ଲଲାଟେନ୍ଦୁ ବିଶ୍ବାଳ ପବିତ୍ର ମାଟି ସଂଗ୍ରହ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସାର୍ବଜନିନ ଦୂର୍ଗା ପୂଜା କମିଟି ସଭାପତି ବିଭୂତି ଭୂଷଣ ଜେନା, ଉପ ସଭାପତି ସଂଜଯ କୁମାର ସ୍ଵାଇଁ, ପ୍ରଶାନ୍ତ କୁମାର ଜେନା,ସମ୍ପାଦକ ଅକ୍ଷୟ କୁମାର ସ୍ବାଇଁ, ସହ ସମ୍ପାଦକ ଅଟଳ ବିହାରୀ ଜେନା, ମନୋଜ କୁମାର ସାହୁ,କୋଷାଧ୍ୟକ୍ଷ ରତିକାନ୍ତ ସ୍ଵାଇଁ, ବରିଷ୍ଟ ସଭ୍ୟ ଶୈଳେଦ୍ର ନାୟକ, ସନ୍ତୋଷ କୁମାର ରାଉତ, ବ୍ରଜ କିଶୋର ସ୍ଵାଇଁ, ବୈକୁଣ୍ଠ ସାମନ୍ତରାୟ, ପ୍ରମୋଦ ଜେନା, ସମରେନ୍ଦ୍ରମାହା ଲା, ଅନିଦ୍ୟ ସାମଲ ସମ୍ବିତ କୁମାର ମହାପାତ୍ର ପ୍ରଦୀପ କୁମାର ନାୟକ, ରବୀନ୍ଦ୍ର ନାୟକ, ଡମ୍ବରୁଧର ଜେନା ପ୍ରଭାତ କୁମାର ବିଶ୍ବାଳ, ଦୟାନିଧି ସାହୁ, ମନମୋହନ ରାଉତ, ପ୍ରକାଶ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।