ମଧୁବନ ପଞ୍ଚାୟତ କାର୍ଲାଗୁଡା ଓ କେପ୍ଟି ଦୁଇଟି ଗ୍ରାମ ନଗ୍ନ ବାସ୍ତବ ଚିତ୍ର

ଗୁଡାରୀ : ଆଦିବାସୀ ଅଧୁସିତ ଗୁଡାରୀ ବ୍ଳକ ସେଥିମଧ୍ୟରୁ ମଧୁବନ ପଞ୍ଚାୟତ କାର୍ଲାଗୁଡା ଓ କେପ୍ଟି ଦୁଇଟି ଗ୍ରାମ ନଗ୍ନ ବାସ୍ତବ ଚିତ୍ର ଦେଖିବାକୁ ମିଳିଛି l ମଙ୍ଗଳବାର ଦିନ ପ୍ରାୟ ୫ ଘ ଆକ୍ଳାନ୍ତ ପରିଶ୍ରମ ପରେ ସକାଳ ଖବର କାଗଜର ସାମ୍ବାଦିକ ପହଞ୍ଚିଥିଲେ କାର୍ଲାଗୁଡା କେପ୍ଟି ଗ୍ରାମରେ l ସବୁଜିମା ଭରା ଘଞ୍ଚଜଙ୍ଗଲ ପାହାଡ଼ିଆ ଅଞ୍ଚଳରେ ବସବାସ କରୁଛନ୍ତି ୪୦ ରୁ ୫୦ ଘରର ଜନଜାତି ଗୁଡାରୀ ଠାରୁ ଗଵଡପଦର ରାସ୍ତା ଠିକ୍ ଥିବାବେଳେ ସେଠାରୁ ପ୍ରାୟ ୬ କିମି ରାସ୍ତାର ଅବସ୍ଥା ଅତି ସୋଚନୀତି l ରାସ୍ତା ଅବସ୍ଥା ଦେଖିଲେ ଯେମିତି ଆଜି ବି ଏହି ଗ୍ରାମ ପରାଧୀନରେ ଅଛି କାରଣ ସ୍ଵାଧିନ ମୌଳିକ ଅଧିକାରରୁ ଏମାନେ ସମ୍ପୁର୍ଣ୍ଣ ବଞ୍ଚିତ ଅଛନ୍ତି I ସରକାର ସବୁ ସମୟରେ ଜନଜତି ପ୍ରତ୍ୟେକ କ୍ଷେତ୍ରରେ ସୁବିଧାପାଇବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି l କିନ୍ତୁ ଏହି ଅପହଞ୍ଚ ଅଞ୍ଚଳକୁ ସରକାର ଙ୍କ ଯୋଜନା କେବେ ପହଞ୍ଚିବ ତାହାର ବାସ୍ତବ ଚିତ୍ର ସମୟ ହିଁ କହିବ l ଏମିତିରେ ଗଵଡପଦର ରୁ କାର୍ଲାଗୁଡ଼ା ରାସ୍ତା ଅବସ୍ଥା କଳ୍ପନାରୁ ବାହାରେ l କିନ୍ତୁ ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ଜନଜାତି ଲୋକମାନେ ଯେମିତି ସେମିତି ରେ ଯାତାୟତ କରୁଛନ୍ତି I କିନ୍ତୁ କେପ୍ଟି ଗ୍ରାମକୁ ନା ରାସ୍ତା ଅଛି,ସ୍ୱାସ୍ଥ୍ୟ,ଶିକ୍ଷା ସବୁ ଏଠାରେ ସାତ ସପନ l ବିଜୁଳି ଏଠାକୁ ପହଞ୍ଚିପାରିବିନି, ସୋଲାର ମାଧ୍ୟମରେ ଚାର୍ଲିଛି ବିଜୁଳିର ବ୍ୟବସ୍ଥା ଆଶ୍ଚର୍ଯ୍ୟର ବିଷୟ ଆଜି ପର୍ଯ୍ୟନ୍ତ ଇନ୍ଦିରା ଆବାସ ଯୋଜନାରେ ଜଣେ ବି ଅର୍ନ୍ତଭୁକ୍ତ ହେଇ ନାହୁଁ ବୋଲି ସେଠାକାର ଲୋକମାନେ କହିଛନ୍ତି l ଅନ୍ୟ ପଟେ ଏହି ଗରିବ ଶ୍ରେଣୀର ଲୋକମାନେ ଘାଟିପାର କରି ସରକାରଙ୍କ ଦେଉଥିବା ଚାଉଳ ଆମେ ପେଣ୍ଡଳୀ ପଞ୍ଚାୟତ ଯିବାକୁ ପଡୁଛି ବୋଲି କହିଛନ୍ତି l ଏଠି ପ୍ରଶ୍ନ ଉଠୁଛି ନିର୍ବାଚନ ସମୟ ରେ ନିର୍ବାଚିତ ପ୍ରତିନିଧି ଭୋଟ ପାଇଁ ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ଜନଜାତି ଙ୍କୁ ଯେତିକି ପ୍ରତିଶ୍ରୁତି ଦେଉଥିବେ ତାହା କଣ ପାଣିର ଗାର l ଅବିସପ୍ତ ଭାବରେ ପଡି ରହିଥିବା ପାହାଡ ଜଙ୍ଗଲରେ ବସବାସ କରୁଥିବା ମାନବ ସମାଜ ର ବେଦନା କୌଣସି ଭଚ୍ଚପଦସ୍ତ କର୍ମଚାରି ଙ୍କ କାନକୁ ଶୁଭୁନି ? ନା ଶୁଣି କି ବି ନିରବ ଏମିତି ଗୁଡ଼ାଏ ପ୍ରଶ୍ନ ମନକୁ ଛୁଅୁଁଛି I ଅନ୍ୟ ପଟେ ସେମାନେ କହିଛନ୍ତି କୌଣସି ସରକାରୀ ବାବୁ ଏଠାକୁ ଆସୁନାହାନ୍ତି l ବର୍ଷକୁ ଥରେ ଦୁଇଥର ଆସୁଛନ୍ତି ବିଦ୍ୟାଳୟ କୋଠା ରୋଷେଇ ଘର ନ ଥିବାରୁ ଶିକ୍ଷକ ପିଲାମାନଙ୍କ ଘରର ଦାଣ୍ଡ ପିଣ୍ଡାରେ ପାଠ ପଢାଉଛନ୍ତି l ରୋଷେଇ ଘର ନଥିବାରୁ ଆମ ଘରେ ରୋଷେଇ କରାଯାଇ ପିଲାମାନଙ୍କୁ ଦିଆଯାଉଛି ବୋଲି ରୋଷେୟା ମା କହିଛନ୍ତି l

Leave a Reply

Your email address will not be published. Required fields are marked *