କେସିଙ୍ଗା ବିଜେପି ତରଫରୁ ରାହୁଲ ଗାନ୍ଧୀ ଓ ମଲ୍ଲିକା ଅର୍ଜୁନ ଙ୍କ କୁଶ ପୁତ୍ତଳିକା ଦାହ |

କେସିଙ୍ଗା ତା 31.08.25

କେସିଙ୍ଗା ତା 31.08.25 : ଗତ କିଛି ଦିନ ତଳେ ବିହାର ରାଜ୍ଯ ର ଦରଭଙ୍ଗା ରେ ବିରୋଧି ଦଳ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ ର ସଭାପତି ମଳିକା ଅର୍ଜୁନ ଖରଗେ ଙ୍କ ନେତୃତ୍ବରେ ଏକ ରେଲି ରେ ଆମ ଦେଶର ଯଶ୍ଵସି ପ୍ରଧାନମନ୍ତ୍ରୀ ମୋଦି ଜି ଓ ମୋଦିଜୀଙ୍କ ମା ପ୍ରତି ବ୍ଯବହାର କରିଥିବା ଅପଶବ୍ଦ ଓ କଂଗ୍ରେସ ଦଳ ର ଏହି ହୀନ ରାଜନୀତି କୁ ବିରୋଧ କରି କେସିଙ୍ଗା ନଗର ଭାରତୀୟ ଜନତା ପାର୍ଟି ତରଫରୁ ରାହୁଲ ଗାନ୍ଧୀ ଓ ମଳିକା ଅର୍ଜୁନ ଖରଗେ ଙ୍କ କୃଶ ପୁତ୍ତଳିକା ଦାହ କେସିଙ୍ଗା ବ୍ଲକ ସମାନ ରେ କରାଗଲା | ଏହି ଅବସରରେ ଉପସ୍ଥିତ ଥିଲେ କଳାହାଣ୍ଡି ସାଂସଦ ଶ୍ରୀ ମାଳବିକା ଦେବୀ, ଜିଲ୍ଲାର ସଭାପତି ଶ୍ରୀ ଯୁଗଳ ପୋଢ଼,କେସିଙ୍ଗା ନଗର ସଭାପତି ପିଙ୍କୁ ପରିଡା, ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ଉପ ସଭାପତି ପ୍ରୀତେଶ ପଟେଲ ,ଛେଲାଉଦ୍ଧବ ସାହା,ପୂର୍ବତନ ସଭାପତି ମଗନ୍ ସିନ୍ଦୁର ଜିଲ୍ଲା ସମ୍ପାଦକ ସନ୍ତୋଷ ଦାସ, ସାଧାରଣ ସମ୍ପାଦକ ଯୁଗଳ ଦୀପ, ପୂର୍ବତନ ଜିଲ୍ଲା ଉପସଭାପତି ବିର୍ଦ୍ଧି ଜୈନ ,କୈଲାସ ଜୈନ ,ସଚିନ ଜୈନ ସହ କେସିଙ୍ଗା ନଗର ବିଜେପି କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ |

କେସିଙ୍ଗା ରୁ ପ୍ରୀତେଶ ପଟେଲ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *