ରାଜଗାଙ୍ଗପୁରରେ ଶ୍ରୀ ଶ୍ରୀ ଗଣେଶ ଚତୁର୍ଥୀ ଏବଂ ଇଦ୍ ମିଲାଦୁନ୍ ନବୀ ଉତ୍ସବ ପାଳନ କୁ ନେଇ ପ୍ରଶାସନ ପକ୍ଷରୁ ଶାନ୍ତି କମିଟିର ବୈଠକ ଅନୁଷ୍ଠିତ , ସମସ୍ତ ସମ୍ପ୍ରଦାୟ ଙ୍କ ଲୋକକୁ ଶାନ୍ତି ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ପର୍ବ ପାଳନ କରିବାକୁ ନିବେଦନ – ପ୍ରଶାସନ


ରାଜଗାଙ୍ଗପୁର: ଆଜି ଠାରୁ ଆରମ୍ଭ ହେଉଥିବା ଶ୍ରୀ ଶ୍ରୀ ଗଣେଶ ଚତୁର୍ଥୀ ଉତ୍ସବ ପାଳନ ପାଇଁ ମଙ୍ଗଳବାର ସନ୍ଧ୍ୟା ୭ଟାରେ ରାଜଗାଙ୍ଗପୁର ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ସଭାଗୃହରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଓଡ଼ିଶାର ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ, ସୁନ୍ଦରଗଡ଼ ପୋଲିସ ଅଧିକ୍ଷକ ଅମୃତପାଲ କୌର, ରାଜଗାଙ୍ଗପୁର ବିଧାୟକ ଡକ୍ଟର ସିଏସ୍ ରାଜନ ଏକ୍କା, ରାଜଗାଙ୍ଗପୁର ଏସଡିପିଓ ବିଭୂତି ଭୂଷଣ ଭୋଇ, ସ୍ଥାନୀୟ ପୋଲିସ ଷ୍ଟେସନ୍ ଦାୟିତ୍ୱରେ ଥିବା ବିଜୟ କୁମାର ଦାସ, ପୌରପାଳିକା ଅଧ୍ୟକ୍ଷା ମାଧୁରୀ ଲୁଗୁନ୍, ଉପାଧ୍ୟକ୍ଷ ଏମଡି ଇରଫାନ, ରାଜଗାଙ୍ଗପୁର ତହସିଲଦାର ଜଗବନ୍ଧୁ ମଲ୍ଲିକ, ବ୍ଲକ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ବାଗଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ଶ୍ରୀ ଶ୍ରୀ ଗଣେଶ ଚତୁର୍ଥୀ ଏବଂ ଇଦ୍ ମିଲାଦୁନ୍ ନବୀ ମହୋତ୍ସବକୁ ଶାନ୍ତିପୂର୍ଣ୍ଣ ଏବଂ ଉତ୍ସାହପୂର୍ଣ୍ଣ ପରିବେଶରେ ପାଳନ କରିବା ବିଷୟରେ ଆଲୋଚନା କରିଥିଲେ। ସମସ୍ତଙ୍କ ମତାମତ ନେବା ପରେ ପ୍ରଶାସନ ଜନସ୍ୱାର୍ଥ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଥିଲା । ଶ୍ରୀ ଶ୍ରୀ ସାର୍ବଜନୀନ ଗଣେଶ ପୂଜା କମିଟିର ସଭାପତି ରମେଶ ଅଗ୍ରୱାଲ ଅନେକ ଦିଗ ପ୍ରତି ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଇଥିଲେ, ପୂଜା କମିଟିର ଆବଶ୍ୟକତା ଉପରେ ନିଜର ମତ ରଖିଥିଲେ ଏବଂ ଗଣେଶ ଉତ୍ସବକୁ ମର୍ଯ୍ୟାଦାପୂର୍ଣ୍ଣ ପରିବେଶରେ ପାଳନ କରିବା ଉପରେ ପୂଜା କମିଟିର ମତାମତ ରଖିଥିଲେ। ସୁନ୍ଦରଗଡ଼ ପୋଲିସ ଅଧିକ୍ଷକ ଅମୃତପାଲ କୌର କହିକହାନ୍ତି ଯେ ଉତ୍ସବରେ ସମସ୍ତଙ୍କୁ ମଣ୍ଡପରେ ଭକ୍ତିଗୀତ ବଜାଇବାକୁ ଏବଂ କୌଣସି ଆପତ୍ତିଜନକ ଗୀତ ନ୍ ବଜାଇ ଶାନ୍ତିପୂର୍ଣ୍ଣ ଭାବରେ ଉତ୍ସବ ପାଳନ କରିବାକୁ ନିବେଦନ କରିଥିଲେ।
ଏହି ବୈଠକ ରେ ଆନନ୍ଦ ଅଗ୍ରୱାଲ, ଅମରେଶ ପଣ୍ଡା, କୁଲଦୀପ ସିଂହ, କମଳ ଅଗ୍ରୱାଲ, ରାଜେନ ସୋନି, ମୁସଲିମ ପଞ୍ଚାୟତ କମିଟି ର ସଭାପତି ଏମଡି ଆରିଫ୍, ୱାର୍ଡ କାଉନସିଲର ଏବଂ ସହରର ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉକ୍ତ ବୈଠକରେ ଉପସ୍ଥିତ ଥିଲେ।

ଅବଦୁଲ ରଜାକ ଖାନ
ରାଜଗାଙ୍ଗପୁର

Leave a Reply

Your email address will not be published. Required fields are marked *