ଓସିଏଲ ଇଣ୍ଡିଆ ଲିମିଟେଡ୍ ଏବଂ DCBL କାରଖାନା ଦ୍ୱାରା ରାସ୍ତା ନିର୍ମାଣ କୁ ନେଇ ବିରୋଧ କଲେ ଲାଞ୍ଜିବେର୍ନା ଗ୍ରାମବାସୀ

ରାଜଗାଙ୍ଗପୁର:-ରାଜଗାଙ୍ଗପୁର ଥାନା ଅଧିନସ୍ତ ଲାଞ୍ଜିବେର୍ନା ପୋଲିସ ଫାଣ୍ଡି ଅବସ୍ଥିତ ଲାଞ୍ଜିବେର୍ନା କ୍ରସର ନିକଟରେ ଲାଞ୍ଜିବେନା ଗ୍ରାମବାସୀମାନେ OCL ଇଣ୍ଡିଆ ଲିମିଟେଡ୍ ଏବଂ DCBL କାରଖାନା ଦ୍ୱାରା ଗ୍ରାମବାସୀଙ୍କ ଜମିରେ ରାସ୍ତା ନିର୍ମାଣ ବିରୋଧରେ ପ୍ରତିବାଦ କରିଥିଲେ। ଉକ୍ତ ବିରୋଧ କଟଙ୍ଗ ଗ୍ରାମ ପଞ୍ଚାୟତ ସରପଞ୍ଚ ପୁଷ୍ପା କେରକେଟ୍ଟା, ଫ୍ଲୋରେନ୍ ଡୁଙ୍ଗଡୁଙ୍ଗ ମିକହାଲ୍ ଡୁଙ୍ଗଡୁଙ୍ଗ, ହଜାରୀ ସାରଦାଙ୍କ ନେତୃତ୍ୱରେ ଏହି ପ୍ରତିବାଦ କରାଯାଇଥିଲା। ଆପଣଙ୍କୁ ଜଣାଇ ଦେଉଛୁ ଯେ OCL ଇଣ୍ଡିଆ ଲିମିଟେଡ୍ ଏବଂ DCBL ପ୍ଲାଣ୍ଟ ଲାଞ୍ଜିବେର୍ନା ଖଣିରୁ କୁତ୍ରା ରାଞ୍ଚି ମୁଖ୍ୟ ରାସ୍ତାକୁ ସଂଯୋଗ କରିବା ପାଇଁ ଲାଞ୍ଜିବେର୍ନାର ଗ୍ରାମବାସୀଙ୍କ କୃଷି ଜମି ପାର କରି ଜମି ଅଧିଗ୍ରହଣ କରିବାକୁ ଯାଇଥିଲେ, ଯେଉଁଠାରେ ଗ୍ରାମବାସୀମାନେ ସେମାନଙ୍କୁ କଡ଼ା ବିରୋଧ କରିଥିଲେ। ଲାଞ୍ଜିବେର୍ନା ଥାନାର ସୁଶୀଲ ମହାପାତ୍ର DCBL ପ୍ଲାଣ୍ଟର କର୍ମଚାରୀଙ୍କ ଓ ଥାନାର ସଦବଳ ସହିତ ଲାଞ୍ଜିବେର୍ନା କ୍ରସର ନିକଟରେ ରାସ୍ତା ନିର୍ମାଣ ହେବାକୁ ଥିବା ସ୍ଥାନରେ ପହଞ୍ଚିଥିଲେ। ଯେଉଠାରେ ଗ୍ରାମବାସୀ ଏବଂ DCBL ପ୍ଲାଣ୍ଟର କର୍ମଚାରୀ ଏବଂ ପ୍ରଶାସନ ମଧ୍ୟରେ ବଚସା ହୋଇଥିଲା, ଯାହାକୁ ନେଇ ଗ୍ରାମବାସୀ ତୀବ୍ର ପ୍ରତିବାଦ କରିଥିଲେ।
ଗ୍ରାମସଭାରେ OCL ଇଣ୍ଡିଆ ଲିମିଟେଡ୍ ଏବଂ DCBL ପ୍ଲାଣ୍ଟକୁ ଗୋଟିଏ ଇଞ୍ଚ ମଧ୍ୟ ଜମି ନଦେବା ନିଷ୍ପତ୍ତିକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଏହା ବ୍ୟତୀତ, M-ଫର୍ମ ଏବଂ F-ଫର୍ମରେ ଜମି ଦେବା ପାଇଁ ଅନୁମତି ଦିଆଯାଇ ନଥିଲା,ତଥାପି OCL ଇଣ୍ଡିଆ ଲିମିଟେଡ୍ ଏବଂ DCBL ପ୍ଲାଣ୍ଟର ବିନା ଅନୁମତି ରେ ମାଇକେଲ୍ ଡୁଙ୍ଗଡୁଙ୍ଗ, ସମୀର ଡୁଙ୍ଗଡୁଙ୍ଗ, ସୁଶୀଳ ଡୁଙ୍ଗଡୁଙ୍ଗ, କାମିଲ୍ ଡୁଙ୍ଗଡୁଙ୍ଗ, ପିୟୁସ୍ ଡୁଙ୍ଗଡୁଙ୍ଗ, ଜେମା ଏଲିସା ଡୁଙ୍ଗଡୁଙ୍ଗ, ଫ୍ରାନ୍ସିସ୍ ଡୁଙ୍ଗଡୁଙ୍ଗ, ସାଇମନ୍ ଡୁଙ୍ଗଡୁଙ୍ଗ, ବେର୍ନାଡିକ୍ ଡୁଙ୍ଗଡୁଙ୍ଗ, ମାରକୁସ ଡୁଙ୍ଗଡୁଙ୍ଗ, ଏହି ସମସ୍ତ ଜମି ମାଲିକମାନେ ଜମି ଦେବା ସମ୍ପର୍କରେ କୌଣସି କାଗଜପତ୍ରରେ ସ୍ୱାକ୍ଷର କରିନାହାଁନ୍ତି, ତଥାପି OCL ଇଣ୍ଡିଆ ଲିମିଟେଡ୍ ଏବଂ DCBL କାରଖାନା ରାସ୍ତା ନିର୍ମାଣ ପାଇଁ ଉକ୍ତ ଗ୍ରାମବାସୀଙ୍କ ଜମିକୁ ବେଆଇନ ଭାବରେ ପର୍ଚାପଟ୍ଟା ନିଜ ନାମରେ କରିଥିବା ଗ୍ରାମବାସୀ କହିଛନ୍ତି ।

ଅବଦୁଲ ରଜାକ ଖାନ
ରାଜଗାଙ୍ଗପୁର

Leave a Reply

Your email address will not be published. Required fields are marked *