ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ରକ୍ତଦାନ ଶିବିର

ଭୁବନେଶ୍ଵର (ତା.୨୩/୦୮/୨୦୨୫): ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ଵରୀୟ ବିଶ୍ଵ ବିଦ୍ୟାଳୟର ପୂର୍ବତନ ମୁଖ୍ୟ ପ୍ରଶାସିକା ପରମ ପୂଜ୍ୟନୀୟା ରାଜଯୋଗିନୀ ଦାଦୀ ପ୍ରକାଶ ମଣିଜୀ ଙ୍କର ୧୮ତମ (ଅଷ୍ଟାଦଶ) ପୂଣ୍ୟତିଥି ଅବସରରେ ସାରା ଭାରତ ବର୍ଷରେ ଏକ ଅଖିଳ ଭାରତୀୟ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ରଖାଯାଇଅଛି । ଏହି କାର୍ଯ୍ୟକ୍ରମ ଅଂଶସ୍ୱରୂପ ସ୍ଥାନୀୟ ପଟିଆସ୍ଥିତ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବରେ ଫେଡେରେସନ୍ ଅଫ୍ ଇଣ୍ଡିଆନ ବ୍ଲଡ ଡୋନର୍ସ ଅର୍ଗାନାଇଜେସନ୍‌ର ଉପସଭାପତି ଡଃ ପ୍ରଶାନ୍ତ କୁମାର ଦାଶ, ସମ୍ମାନୀତ ଅତିଥି ସମାଜସେବୀ ଶ୍ରୀମୟୀ ମିଶ୍ର, ଟି.ସି.ଏସ୍ ମ୍ୟାନେଜର ବିଜୟ କୁମାର ପଣ୍ଡା ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଥିଲେ । ଓଡିଶା ରେଡକ୍ରସ୍ ବ୍ଲଡ ବ୍ୟାଙ୍କ (କ୍ୟାପିଟାଲ ହସପିଟାଲ)ର ଡଃ ଶ୍ରୀକାନ୍ତ ଦାଶଙ୍କ ନେତୃତ୍ୱରେ ଏକ ଛଜଣିଆ ଟିମ୍ ଏହି ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ । ପଟିଆ ସେବାକେନ୍ଦ୍ର ସଂଚାଳିକା ବ୍ରହ୍ମାକୁମାରୀ ଗୋଲାପ ଏହି ରକ୍ତଦାନ ଶିବିରର ଆୟୋଜନ କରିଥିଲେ ଏବଂ ଶିବିର ପରିଚାଳନା କରିଥିବା ବ୍ଲଡବ୍ୟାଙ୍କର ସମସ୍ତ କର୍ମଚାରୀମାନଙ୍କୁ ସାଧୁବାଦ ଦେବା ସହ ଈଶ୍ୱରୀୟ ଉପହାର ପ୍ରଦାନ କରିଥିଲେ । ରକ୍ତଦାନ କରିଥିବା ସମସ୍ତ ଭାଇଭଉଣୀମାନଙ୍କୁ ମଧ୍ୟ ସେ ହୃଦୟରସହ କୃତଜ୍ଞତା ଜଣାଇବା ସହ ସେମାନଙ୍କର ଉତମ ସ୍ୱାସ୍ଥ୍ୟ କାମନା କରିଥିଲେ ।

Leave a Reply

Your email address will not be published. Required fields are marked *