
ବାରିପଦା/ଖୁଣ୍ଟା(କ:ବ୍ଯୁ) ତା୧୯/୦୮/୨୦୨୫: ସରକାରୀ ଅନୁଦାନ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ | ଖୁଣ୍ଟା ବ୍ଳକ ଖୁଣ୍ଟା ଉଚ୍ଚମାଧ୍ଯମିକ ବିଦ୍ଯାଳୟ, , ଖୁଣ୍ଟା, ମୟୂରଭଞ୍ଜ ପରିସରରେ ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ (OSNLEA) ସଙ୍ଘ ତରଫରୁ 2008 ରୁ 2018 ମସିହା ପର୍ଯ୍ୟନ୍ତ ନିଯୁକ୍ତି ସମସ୍ତ ଅଧ୍ୟାପକ ଓ କର୍ମଚାରୀ ଙ୍କୁ ସରକାରୀ ଅନୁଦାନ ଦେବା ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ ସଭାପତି ବିଶ୍ବରଞ୍ଜନ ଦାସଙ୍କ ନିର୍ଦେଶ କ୍ରମେ ସାରା ରାଜ୍ୟରେ ଜାରିରହିଛି ! ଅନିର୍ଦ୍ଦିଷ୍ଟ ସମୟ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରିରହିବ ଯେ ପର୍ଯ୍ୟନ୍ତ 2008 ରୁ 2018 ମସିହା ପର୍ଯ୍ୟନ୍ତ ସରକାରୀ ଅନୁଦାନ ନମିଳିଛି ! ସରକାରୀ ଅନୁଦାନ ପାଇବା ପର୍ଯ୍ୟନ୍ତ ଏ ଆନ୍ଦୋଳନ ଜାରିରହିବ ! ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ଡ.ସରୋଜିନୀ ବାସ୍କେ,ଡ:ମୁରାରୀଲାଲ ବାରିକ: ଶ୍ରୀସନ୍ତୋସ ଖଣ୍ଡେଇ,ଅନିତା ବେହେରା,ଦୀପ୍ତେନ୍ଦୁ ବେହେରା,ଗଣେଶ୍ବର ମହାନ୍ତି,ବିଶ୍ବମ୍ବର ନାଏକ ଓ ସତ୍ଯପ୍ରକାଶ ପଣ୍ଡା ଆଦି ଯୋଗଦେଇଥିଲେ !
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)