ଚଣ୍ଡିଖୋଲ ବିକାଶ ପରିଷଦ ପକ୍ଷରୁ ୭୯ତମ ସ୍ବାଧୀନତା ଦିବସ ପାଳିତ ।

ଚଣ୍ଡିଖୋଲ ୧୬/୮(କ ବ୍ୟୁ) ଯାଜପୁର ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଚଣ୍ଡିଖୋଲ ସ୍ଥିତ ଚଣ୍ଡିଖୋଲ ବିକାଶ ପରିଷଦ ପକ୍ଷରୁ ୭୯ତମ ସ୍ବାଧୀନତା ଦିବସ ସଂଘ କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି।ଚଣ୍ଡିଖୋଲ ବିକାଶ ପରିଷଦ ର ସଭାପତି ଅବିନାଶ ମହାପାତ୍ର ଜାତୀୟ ପତାକା ଉତ୍ତୋଳନ କରି ଆଜକୁ ୭୮ବର୍ଷ ତଳେ ଦୀର୍ଘ ୨୦୦ବର୍ଷ ଧରି ଆମକୁ ଶାସନ କରିଥିବା ଦୁର୍ଦ୍ଦଶ ଇଂରେଜ ଶାସନ ରୁ ଆମ ଦେଶ ସ୍ବାଧିନତା ଲାଭ କରିଥିଲା। ଏଥିପାଇଁ ଯେଉଁ ମହାପୁରୁଷ ମାନଙ୍କ ତ୍ୟାଗ, ଆତ୍ମବଳୀ ଯୋଗୁ ସ୍ବାଧୀନତା ପାଇଲେ ସେମାନଙ୍କୁ ସ୍ମରଣ କହିବା ସହିତ କଷ୍ଟ ଲବ୍ଧ ସ୍ବାଧୀନତା କୁ ସୁରକ୍ଷିତ ରଖିବା ଆମ ସମସ୍ତ ଙ୍କର ପ୍ରଧାନ କର୍ତ୍ତବ୍ୟ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସଂଘ ଉପସଭାପତି ରତିକାନ୍ତ ସ୍ଵାଇଁ,ସମ୍ପାଦକ ସତ୍ୟବ୍ରତ ଖଣ୍ଡାୟୀ, ବରିଷ୍ଟ ସଭ୍ୟ ବିଭାଶ ବିଶ୍ୱାଳ, ମୃତ୍ୟୁଞ୍ଜୟ ନାୟକ, ପ୍ରକାଶ ବାରିକ, ଲରେନ୍ସ ଜେନା, ଅବିନାଶ ବ୍ରହ୍ମ, ସୌମ୍ୟରଞ୍ଜନ ଜେନା କୀର୍ତ୍ତିରାଜ୍ ସ୍ଵାଇଁ, ପାପନ ଜେନା, ଜବାଲି ସେଠୀ, କାଳିଆ ସେନାପତି, ରିଙ୍କୁ ଜେନା ପ୍ରମୁଖ ଯୋଗଦେଇ ଥିଲେ।

Leave a Reply

Your email address will not be published. Required fields are marked *