ଶଙ୍ଖମୁର ପଞ୍ଚାୟତ ସମିତିସଭ୍ଯ ଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା , ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ ଦାବୀ ରେ ଖମାର ଥାନା ଘେରାଉ କଲା ପାଲଲହଡ଼ା ବ୍ଲକ ବିଜେଡି।-: ପ୍ରାକ୍ତନ ବିଧାୟକ ମୁକେଶ ପାଲ ଙ୍କ ନେତୃତ୍ୱ ରେ ଖମାର ଥାନା ଘେରାଉ କଲେ ଶତାଧିକ ବିଜେଡି କର୍ମୀ।

ପାଲଲହଡ଼ା/ ଖମାର-ଅନଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ ଶଙ୍ଖମୁର ପଞ୍ଚାୟତ ର ବିଜେଡି ସମର୍ଥିତ ସମିତିସଭ୍ୟ ନୀଳମାଧବ ପ୍ରଧାନ ଙ୍କୁ 15 ରୁ ଉର୍ଦ୍ଧ୍ବ ଯୁବକ ମରଣାନ୍ତକ ଆକ୍ରମଣ କରିବାରୁ ଗୁରୁତର ଆହତ ହୋଇ ଖମାର ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଯିବା ଘଟଣା ଆଜକୁ 5 ଦିନ ବିତିଯାଇଥିଲେ ମଧ୍ଯ ଆଜି ଯାଏ ପୋଲିସ ହାତ ଖାଲି ଥିବା ଜଣାପଡ଼ିଛି। ଏହାର ପ୍ରତିବାଦ ରେ ଗୁରୁବାର ପାଲଲହଡ଼ା ବିଜେଡି ଏହି ଘଟଣା କୁ ଦୃଢ ନିନ୍ଦା କରିବା ସହିତ ଏହା ଏକ ରାଜନୈତିକ ଆକ୍ରୋଶ ମୂଳକ ଆକ୍ରମଣ ବୋଲି ଅଭିଯୋଗ କରିଥିଲା, ତେବେ ଆଜି ସକାଳ 10 ଘଟିକା ସମୟ ରେ ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ ଦାବୀ ରେ ପ୍ରାକ୍ତନ ବିଧାୟକ ମୁକେଶ ପାଲ ଙ୍କ ନେତୃତ୍ୱ ରେ ( 200) ଦୁଇ ଶହ ରୁ ଉର୍ଦ୍ଧ ବିଜେଡି ର ମହିଳା ଓ ପୁରୁଷ କର୍ମୀ ଏକତ୍ରିତ ହୋଇ ଖମାର ଡାକ ବଙ୍ଗଳା ରୁ ଏକ ବିରାଟ ରାଲି ରେ ଆସି ଖମାର ଥାନା କୁ ଘେରାଉ କରିଥିଲେ ଦୀର୍ଘ ପାଞ୍ଚ ଘଣ୍ଟା ଧରି ଘେରାଉ କରିବା ସହିତ ସରକାର ବିରୋଧୀ ନାରା ଦେଇ ଥିଲେ, ପ୍ରାକ୍ତନ ବିଧାୟକ ମୁକେଶ ପାଲ ସରକାରୀ ଦଳ ର ଚାପ ରେ ଖମାର ପୋଲିସ ସ୍ଥାଣୁ ପାଲଟି ଥିବା ଅଭିଭାଷଣ କରିବା ସହିତ ମୋହନ ସରକାର ଙ୍କୁ କଡା ସମାଲୋଚନା କରି ଥିଲେ ସେହିପରି ବ୍ଲକ ଅଧକ୍ଷା ରୀନା ରାଣୀ ନାୟକ ସରକାର ଙ୍କୁ କଡା ସମାଲୋଚନା କରିଥିଲେ।
ସୂଚନା ଅନୁସାରେ ଶଙ୍ଖମୁର ପଞ୍ଚାୟତ ର ସମିତିସଭ୍ୟ ନୀଳମାଧବ ପ୍ରଧାନ ଙ୍କ ନିଜ ଘର ଶଙ୍ଖମୁର ଗାଁ ରେ ହୋଇଥିବା ବେଳେ ଗତ ରବିବାର ସନ୍ଧ୍ୟା 7 ଟାରେ ହାଇସ୍କୁଲ ଛକ ନିକଟରେ ବୈଦ୍ୟନାଥପୁର ଗାଁ ର ଉମାକାନ୍ତ ତ୍ରିପାଠୀ ଙ୍କ ସହିତ ନିଜ କାର ଭିତରେ ବସିଥିବା ବେଳେ ଶଙ୍ଖମୁର ଗାଁ ର ବବଲୁ ପ୍ରଧାନ, ସୌମ୍ୟ ରଞ୍ଜନ ପ୍ରଧାନ ଏବଂ ବେସାଲିଆ ଗାଁ ର ବିଭୂତି ପ୍ରଧାନ ଙ୍କ ସମେତ 15 ରୁ 20 ଜଣ ଯୁବକ ତାଙ୍କ କାର ନିକଟକୁ ଆସି ଅସଭ୍ୟ ଭାଷା ରେ ଗାଳିଗୁଲଜ କରିଥିଲେ।ନୀଳମାଧବ ଏହା ର ପ୍ରତିବାଦ କରି କାହିଁକି ଗାଳି କରୁଛ ପଚାରିବା ରୁ ବବଲୁ ଏକ ବାଡି ସାହାଯ୍ୟ ରେ ତାଙ୍କୁ ଆକ୍ରମଣ କରିଥିଲେ, ପରେ ଅନ୍ୟମାନେ ତାଙ୍କୁ ଧକ୍କା ମାରି ତଳେ ପକାଇ ମାଡ ମାରି ଥିଲେ।ସେମାନଙ୍କ ଠାରୁ ଜୀବନ ବଞ୍ଚାଇ ପ୍ରଥମେ ଡାକ୍ତରଖାନାରେ ପହଞ୍ଚି ଥିଲେ।ପ୍ରାଥମିକ ଚିକିତ୍ସା ପରେ ରାତି ରେ ନୀଳମାଧବ ଥାନା ରେ ଅଭିଯୋଗ କରିଥିଲେ। ଏନେଇ ଖମାର ଥାନା କେସ ନମ୍ବର 382 ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତଆରମ୍ଭ ମଧ୍ୟ କରା ଯାଇଥିଲା । ସେହିପରି ନୀଳମାଧବ ଙ୍କ ବିରୋଧରେ ମଧ୍ଯ ଚାରି ଜଣ ଯୁବକ ଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ରେ ଏକ ଅଭିଯୋଗ କରାଯାଇଥିଲା।
ଉଭୟ ଘଟଣା ରାଜନୈତିକ ଦଳର ସମ୍ପୃକ୍ତି ଥିବା ରୁ ପୋଲିସ କେବଳ ଅଭିଯୋଗ କୁ ଗ୍ରହଣ କରି ଚୁପ ରହିଯାଇ ଥିବା ଜଣାପଡିଛି। ଏହାର ପ୍ରତିବାଦ ରେ ବିଜେଡି ପକ୍ଷରୁ ଥାନା ଘେରାଉ କରାଯାଇଥିଲା।ଥାନା ଘେରାଉ କାର୍ଯ୍ୟକ୍ରମ ରେ ବିଜେଡି ର ସମସ୍ତ ସରପଞ୍ଚ, ସମିତି ମେମ୍ବର ଓ ବରିଷ୍ଠ ଯୁବ ନେତା ଇନ୍ଦ୍ରମଣୀ ଗଡ଼ନାୟକ, ନରେନ୍ଦ୍ର କୁମାର ଭୁକ୍ତା ଙ୍କ ସମେତ ସମସ୍ତ କର୍ମୀ ସାମିଲ ହୋଇ ଥିଲେ। ଖମାର ପୋଲିସ ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବେ ବୋଲି ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

Leave a Reply

Your email address will not be published. Required fields are marked *