ନୟାଗଡ : ଦୁର୍ଘଟଣା ରେ ପ୍ରାଣ ହରାଇଥିବା ୨ ବ୍ୟକ୍ତି ଙ୍କୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଗତକାଲି ନୟାଗଡ ଜ଼ିଲ୍ଲା ଭାପୁର ବ୍ଲକ ପଥରଚକଡା ଗ୍ରାମ ନିକଟସ୍ଥ ପୋଲ ନିକଟରେ ମିନି ଟ୍ରକ ଧକ୍କା ରେ ସେହି ଗାଁ ର ନିରଞ୍ଜନ ଗୋଛିଙ୍କ ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକ କ୍ଷତିପୁରଣ ଦାବିରେ କଣ୍ଟିଲୋ ରୁ ଗଣିଆ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ଘଟଣା ସ୍ଥଳରେ ଫତେଗଡ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା । ତେବେ ଏ ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କାରିବା ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି। ସେହିପରି ଚଳିତ ମାସ ୧ ତାରିଖ ଦିନ ସଦରଥାନା ଅନ୍ତର୍ଗତ ପାଣିପୋଲିଲା ଠାରେ ମିନି ବସ ଓ ବାଇକ ମୁଁହା ମୁଁହି ଧକ୍କା ହୋଇଥିଲା। ଦୁର୍ଘଟଣା ରେ ଖଣ୍ଡପଡା ଥାନା ଯୋଗିଆପଲ୍ଲୀ ଗାଁ ର ବଳରାମ ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା। କ୍ଷତି ପୂରଣ ଦାବିରେ ଗ୍ରାମବାସୀ ନୟାଗଡ କଣ୍ଟିଲୋ ରାସ୍ତା ଅବରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କ ରିଲିଫ ଫଣ୍ଡ ରୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶୋଷିଆଲ ମିଡ଼ିଆ X ମଧମରେ ସୁଚନା ଦେଇଛନ୍ତି ।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ