ଓଡିଶା ସ୍କୁଲ ଶିକ୍ଷକ ଙ୍କ ଦ୍ଵାରା ବି ଇ ଓ କାର୍ଯ୍ୟାଳୟ ଘେରାଉ |

କେସିଙ୍ଗା ତା 02.08.25

ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମିତିର ଆହ୍ବାନ କ୍ରମେ ଓଷ୍ଟା ,କେସିଙ୍ଗା ବ୍ଲକ୍ ସଭାପତି ଶ୍ରୀ ଅଭୟ କୁମାର ଦେବତାଙ୍କ ନେତୃତ୍ୱରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣ ଧାରଣା ଆୟୋଜିତ ହୋଇଯାଇଛି। ଜିଲ୍ଲା ଓଷ୍ଟା ସଭାପତି ଶ୍ରୀ ସନ୍ତୋଷ କୁମାର ରଥ , ଉପଦେଷ୍ଟା ଶ୍ରୀ ଭବାନୀ ଶଙ୍କର ମିଶ୍ର ଓ ବ୍ଲକ ସମ୍ପାଦକ ଶ୍ରୀ ସମୀର କୁମାର ବେହେରା ଏବଂ ପ୍ରାୟ ୭୫ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଣ ଶିକ୍ଷକ କର୍ମଚାରୀମାନଙ୍କ ଉପସ୍ଥିତିରେ ଛଅ ଦଫା ସମ୍ବଳିତ ଏକ ଦାବୀପତ୍ର ଯଥା ପୁରାତନ ପେନସନ୍ ପ୍ରଦାନ, ଗ୍ରେଡ ପେ ବୃଦ୍ଧି, ଅବସର ସମୟ ସୀମା ୬୨ ବର୍ଷକୁ ବୃଦ୍ଧି, ଯୋଗ୍ୟ ବିବେଚିତ ବିଦ୍ୟାଳୟ ଓ ମହା ବିଦ୍ୟାଳୟମାନଙ୍କୁ ଅନୁଦାନ ପ୍ରଦାନ, ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତ କର୍ମଚାରୀମାନଙ୍କୁ ନୋସନାଲ୍ ଇକ୍ରିମେଣ୍ଟ ପ୍ରଦାନ, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହା ବିଦ୍ୟାଳୟର ଅବସର ପ୍ରାପ୍ତ ଓ ଅବସର ନେବାକୁ ଥିବା କର୍ମଚାରୀମାନଙ୍କୁ ଚାକିରୀ ସର୍ତ୍ତାବଳୀ ଅନୁସାରେ ସୁବିଧା ସୁଯୋଗ, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହା ବିଦ୍ୟାଳୟଗୁଡିକୁ ସରକାରୀକରଣ ଓ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ଇତ୍ୟାଦି ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀ, ଓଡିଶା ସରକାରଙ୍କ ଅଗ୍ରାଧିକାର ଭିତ୍ତିରେ ପଦକ୍ଷେପ ଗ୍ରହଣ ନିମନ୍ତେ ଗୋଷ୍ଠୀ ଶିକ୍ଷା ଅଧିକାରୀ, କେସିଙ୍ଗା ମାଧ୍ୟମରେ ପ୍ରଦାନ କରାଯାଇଥିଲା ।

କେସିଙ୍ଗା ରୁ ପ୍ରୀତେଶ ପଟେଲ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *