ପଦ୍ମପୁର : ଆଜି ବିଜେପୁ୍ର ନିର୍ବାଚନ ମଣ୍ଡଳୀ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକର କାଠଉମାଲ ଗ୍ରାମ ଠାରେ କଂଗ୍ରସ କର୍ମୀମାନେ ବହୁ ସଂଖ୍ୟାରେ ମିଳିତ ହୋଇବ୍ଲକ ସଭାପତି ଚୟନ କରିବାକୁ ପ୍ରୟାସ ଥିଲା l ଏହି ଚୟନ କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ବିଧାୟକ ଶ୍ରୀସନ୍ତୋଷ ସିଂ ସାଲୁଜା ଅବଜାରବାର ଭାବରେ, ଶ୍ରୀ ହରବିନ୍ଦ ସିଂ ଜିଲ୍ଲା କଂଗ୍ରେସ ସଭାପତି, ଶ୍ରୀ ପ୍ରତାପ ପଟ୍ଟନାୟକ ଜିଲ୍ଲା ସମ୍ପାଦକ, ପୂର୍ବତନ ଭବ୍ୟ ବିଜେପୁ୍ର ବିଧାୟକ ଶ୍ରୀ ଦିଲ୍ଲୀପ କୁମାର ପଣ୍ଡା,ଗତ ଭବ୍ୟ ବିଧାୟକ ଶ୍ରୀ କିଶୋର ଦଫାଦାର ଓ ପି ସି ସି ମେମ୍ବର ଶ୍ରୀ ଆନନ୍ଦ ପଧାନ ମୁଖ୍ୟତଃ ମଞ୍ଚାସିନ ଥିଲେ l ଶ୍ରୀ ସାଲୁଜା ରାଜ୍ୟ କଂଗ୍ରେସ ପାର୍ଟିର ନିର୍ଦେଶ ଥିବା ଏଜେଣ୍ଡା ଉପରେ ବୈଠକରେ ପାଞ୍ଚ ଜଣ ଯଥା ଆଦିବାସୀ, ପଛୁଆ ବର୍ଗ, ହରିଜନ, ଦଳିତ ଓ ସାଧାରଣ ବରଗରୁ ଜଣେ ଲେଖାଏଁ ସଭ୍ୟ ବଛାଯାଉ ବୋଲି ମନ୍ତବ୍ୟ ଦେଇଥିଲେ,.କିନ୍ତୁ ପୂର୍ବ ଭବ୍ୟ ବିଧାୟକ ଶ୍ରୀ ଦଫାଦାର. ନିର୍ବାଚନ ସମୟରେ ମୋ ସହ ଯିଏ ଜଡିତ ଥିଲେ ସେ ଅଂଶୀଦାର ହେବ ବୋଲି ମନ୍ତବ୍ୟ ଦେଇଥିଲେ l ଏହା ଉପରେ ଜୋରସୋର ପାଟିତୁଣ୍ଡ ହୋଇ ଶ୍ରୀ ସାଲୁଜା ସିଂ ପଞ୍ଚାଜଣଙ୍କ ନାମ ତାଲିକା କରିଥିଲେ l ଶେଷରେ ସମସ୍ତ କର୍ମୀ ଜଳଖିଆ ଖାଇ ସଭା ବିଛିନ୍ନ କରିଥିଲେ l ପଦ୍ମପୁର ଉପଖଣ୍ଡରୁ ଫକୀର ଦୀପଙ୍କ ରିପୋର୍ଟ l