ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚ ବାଲେଶ୍ଵର ଶାଖାର ବୈଠକ ।

ତା – ୩୧/୦୭/୨୦୨୫
ବାଲେଶ୍ଵର
ବାଲେଶ୍ବର ଜିଲ୍ଲାର ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚର ବାଲେଶ୍ବର ଶାଖାର ବୈଠକ ମହେଶ୍ୱର ପ୍ରଧାନ ଅଧ୍ୟକ୍ଷତା ରେ ରାଧାକୃଷ୍ଣ ମନ୍ଦିର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଉପସଭାପତି ବାସୁଦେବ ରାହୁଳ କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର କୁମାର ଘୋଷାଲ, ଉପଦେଷ୍ଟା ଜ୍ଞାନ ରଞ୍ଜନ ମିଶ୍ର ଓ ରବିନାରୟଣ ବେହେରା , ଲକ୍ଷ୍ମଣ କୁମାର ପଣ୍ଡା , ପୂର୍ଣ୍ଣଚନ୍ଦ୍ର ବେହେରା , ପ୍ରଭାକର ସାହୁ , ଚକ୍ରଧର ଦାସ , ତପନ କୁମାର ଦାସ , ନାମ ଦେବ କମିଳା , ପଦ୍ମଲୋଚନ ପଣ୍ଡା , କମଳା କାନ୍ତ ଦାସ , ବାମନ ଚନ୍ଦ୍ର ଭୋଇ , ଅଶୋକ କୁମାର ଖିଲାର ପ୍ରମୁଖ ଉପସ୍ଥିତ ରହି ଦୁର୍ନୀତି ସଂଘର୍ଷ ମଞ୍ଚ ବାଲେଶ୍ବର ଜିଲ୍ଲାର କିପରି ଜନସାଧାରଣ ଙ୍କ ପାଇଁ କାମ କରିବ ଓ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ସରକାରୀ କର୍ମଚାରୀ ଦୁର୍ନୀତି ରୁ ଲୋକଙ୍କୁ ମୁକ୍ତ କରିବା ଓ ସମାଜ ମଙ୍ଗଳ ପାଇଁ କାମ କରିବା , ସେଥି ପ୍ରତି ଧ୍ୟାନ ଦେବାକୁ ବାସୁଦେବ ରାହୁଳ ମତ ବ୍ୟକ୍ତ କରିଥିଲେ। ଜ୍ଞାନ ରଞ୍ଜନ ମିଶ୍ର କହିଥିଲେ । ଏହାର ପ୍ରଚାର ପ୍ରସାର ପାଇଁ ନୂତନ କର୍ମୀ କିପରି ଯୋଗ ଦେବେ ଓ ସଭ୍ୟ ସଭ୍ୟା ବୃଦ୍ଧି ପାଇବ ଚେଷ୍ଟା କରିବା ଉଚିତ୍ । ଦୁର୍ନୀତି ସଂଘର୍ଷ ମଞ୍ଚ ବାର୍ଷିକ ଉତ୍ସବ ନଭେମ୍ବର ଶେଷ ସପ୍ତାହରେ କରିବାକୁ ମତ ଦେଇଥିଲେ । ଏହି ସଭାରେ ସତ ପ୍ରବୃତ୍ତ ଭାବେ ମେମ୍ବର ଫି ଦେଇ ନୂତନ ସଭ୍ୟ ହେବା ପାଇଁ ଭଗବାନ ଚନ୍ଦ୍ର ଦାସ ଯୋଗ ଦେଇଥିବାରୁ ସଂଘର୍ଷ ମଞ୍ଚ ସମସ୍ତ ସଭ୍ୟ ସଭ୍ୟାଙ୍କୁ ପ୍ରଶଂସା କରିଥିଲେ । ଶେଷରେ ପୂର୍ଣ୍ଣ ଚନ୍ଦ୍ର ବେହେରା ଧନ୍ୟବାଦ୍ ଦେଇ ସଭା ଶେଷ କରିଥିଲେ ।

Leave a Reply

Your email address will not be published. Required fields are marked *