


ଚଣ୍ଡିଖୋଲ,୮/୭(କ ବ୍ୟୂ)ବଡଚଣା ବ୍ଲକ୍ ଅନ୍ତର୍ଗତ ନୁଆ ହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ବନ ମହୋତ୍ସବ ସପ୍ତାହ ପାଳନ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ଜାତୀୟ ସେବା ଯୋଜନା ର ସଂଯୋଜକ ଅଧ୍ୟାପକ କିଶୋର କୁମାର ସାହୁ ଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦର୍ପଣ ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ଯୋଗଦେଇ ଜଙ୍ଗଲ ହିଁ ପ୍ରକୃତିର ଶ୍ରେଷ୍ଠ ଅବଦାନ। ଜୀବନ ଜୀବିକା ପାଇଁ ବୃକ୍ଷର ଅବଦାନ ଅତୁଳନୀୟ।ପରିବେଶ ସନ୍ତୁଳନ ରକ୍ଷାକରି ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ର ସମ୍ଭାବନାକୁ ଜଙ୍ଗଲ ହିଁ ନିୟନ୍ତ୍ରଣ କରିଥାଏ। ଜଙ୍ଗଲ ସୁରକ୍ଷା ସହିତ ବହୁଳ ଭାବେ ବୃକ୍ଷ ରୋପଣ ଏବଂ ଜଙ୍ଗଲ ସମ୍ପଦର ଅଭିବୃଦ୍ଧି କରିବା ଲକ୍ଷ ନେଇ ପ୍ରତ୍ୟେକ ଛାତ୍ର ଛାତ୍ରୀ ବର୍ଷକୁ ପାଞ୍ଚ ଟି ବୃକ୍ଷ ରୋପଣ କରି ମାଆ ପରି ଯତ୍ନ ନେବା କୁ ଶପଥ ନେବାକୁ ଆହ୍ଵାନ ଦେଇଥିଲେ। କଲେଜ ର ଅଧ୍ୟକ୍ଷ ପ୍ରାଧ୍ୟାପକ ପବିତ୍ର ମୋହନ ମାହାଲା ସଭ୍ୟତା ଓ ସଂସ୍କୃତିରେ ବୃକ୍ଷର ମହତ୍ତ୍ୱ କିପରି ଗୁରୁତ୍ଵ ବହନ କରିଛି ତାହା ଦର୍ଶାଇବା ସହ ଦେଶର ସୁରକ୍ଷା ସୈନ୍ୟ ବାହିନୀ ବହନ କଲା ପରି ଆମର ସୁରକ୍ଷା ବୃକ୍ଷ ମାନଙ୍କର ସବୁଜ ବଳୟ ଉପରେ ହିଁ ନିର୍ଭର କରେ ବୋଲି କହିଥିଲେ। ବରିଷ୍ଟ ଅଧ୍ୟାପକ ନାରାୟଣ ମୁଦୁଲି ପ୍ରକୃତି ସଭ୍ୟତା ସୃଷ୍ଟି କରିଥିଲା। ମାତ୍ର ଆଜି ଆଧୁନିକ ମଣିଷ ଜଙ୍ଗଲ ଓ ପ୍ରକୃତିକୁ ଧ୍ଵଂସ କରି ନିଜର ପତନକୁ ଆବାହନ କରୁଛିବୋଲି କହିଥିଲେ। ସଭାପତି କିଶୋର କୁମାର ସାହୁ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଂଯୋଜିକା ଅଧ୍ୟାପିକା ଗୀତାଞ୍ଜଳୀ ମହାନ୍ତି ଧନ୍ୟ ବାଦ ପ୍ରଦାନ କରିଥିଲେ। ଡ ଭଗ୍ୟଧର ନାୟକ, ପ୍ରଦୀପ କୁମାର ବରାଳ ,ଡକ୍ଟର ସଂଜିତ୍ ମହାନ୍ତି, ଅଶୋକ କୁମାର ସାହୁ, ଶମ୍ଭୁନାଥ ହେମ୍ବ୍ରମ,ଡକ୍ଟର ଦୀପକ କୁମାର ମିଶ୍ର ଡକ୍ଟର ସାମୁ ଏଲ୍ ଲିମା, ଦୀପକ୍ ଦାସ,ଡକ୍ଟର ହରି ନାରାୟଣ ସାହୁ ପ୍ରିତମ ମିଶ୍ର , ଗିରିଶ ରାଉଳ, ସନ୍ତୋଷ କୁମାର ପୃଷ୍ଟି
,ଅଧ୍ୟାପିକା ରଞ୍ଜିତା ସ୍ଵାଇଁ,ଡକ୍ଟର ଅମ୍ବିକା ତ୍ରିପାଠୀ, ନିରୁପମା ସ୍ଵାଇଁ ଡକ୍ଟର ସରିତା ସେଠୀ, ଶ୍ରାବଣୀ କନ୍ୟା ସ୍ୱାଗତିକା ସମେତ ଜାତୀୟ ସେବା ଯୋଜନା ର ଛାତ୍ର ଛାତ୍ରୀ ସହଯୋଗ କରିଥିଲେ।