କେସିଙ୍ଗା ta 14.07.25
ପନ୍ଦର ବର୍ଷ ର ଯୁବକ ର ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ବୋରିଙ୍ଗ ପଦର ୮ ନଂ ୱାର୍ଡ ରେ | ବୋରିଙ୍ଗପଦର ସ୍ଥିତ ବାଲକୁମାର ଶିକା (୧୫) ,ପିତା – ଅଚିତ୍ କୁମାର ଶିକା ନାମକ ଯୁବକ ରବିବାର ସନ୍ଧ୍ୟା ସମୟରେ ନିଜ ବାସଭବନର ଉପର ଛାତ ସାହାଯ୍ୟରେ ବେକରେ ଏକ ଶାଢ଼ୀ ପରି କପଡା ଦ୍ଵାରା ଫାସି ଦେଇ ଖବର ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ସନ୍ଦେହ ହୋଇଛି । ମୃତ୍ୟୁ ସମୟରେ ଯୁବକ ର ଶରୀର ଫାଶୀ ମାଧ୍ୟମରେ ନଝୁଲି ଆଣ୍ଠୁ ଦେଇ ତଳେ ରହିଥିବା ବେଳେ ଖବର ପାଇ କେସିଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସବ ଟିକୁ ଉଦ୍ଧାର କରି କେସିଙ୍ଗା ସରକାରୀ ଚିକିତ୍ସାଳୟକୁ ପଠାଇଥିଲେ । ପରିବାର ଲୋକଙ୍କ କହିବାନୁଯାୟୀ ତାଙ୍କ ଯୁବକ ଟି ପୂର୍ବରୁ କାହା ସହ ଶତ୍ରୁତା ନଥିବା ବେଳେ କିନ୍ତୁ ହଠାତ୍ ଏମିତି ଏକ ଚରମ ପଦକ୍ଷେପ ମୋ ସନ୍ତାନ ନେଇ ପାରିବ ନାହିଁ ଏହା ନିଶ୍ଚିତ ଭାବେ ଏକ ହତ୍ୟା ବୋଲି ଉକ୍ତ ଯୁବକ ର ମା ଅଭିଯୋଗ ଆଣିଛନ୍ତି । ସୂଚନା ମୁତାବକ ଯୁବକ ର ଘର ବୋରିଙ୍ଗପଦର ସ୍ଥିତ ଏକ ପଡା ରେ ଏକୁଟିଆ ଘର ଥିବାବେଳେ ଯୁବକ ଏକା ଘରେ ଥିବାବେଳେ ତାଙ୍କ ପରିବାର ଲୋକେ ଘରେ ନଥିଲେ । ସେହି ସମୟରେ ଏହି ଘଟଣା ଘଟିଥିବା ପରିବାର ଲୋକେ କହିଛନ୍ତି । ଏହା ପ୍ରକୃତ ରେ ହତ୍ୟା ନା ଆତ୍ମହତ୍ୟା ତାହା ବର୍ତ୍ତମାନ ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
କେସିଙ୍ଗା ରୁ ପ୍ରୀତେଶ ପଟେଲ ଙ୍କ ରିପୋର୍ଟ