ନୟାଗଡ : ବନ୍ଧୁକ ମୁନରେ ଯେମାଦେଇପୁର ଇଣ୍ଡିଆନ୍ ବ୍ଯାଙ୍କରୁ ଡକାୟତୀ । ୭ ଜଣ ଦୁର୍ବୃତ୍ତ ବ୍ଯାଙ୍କରେ ପଶି ବନ୍ଧୁକ ଦେଖାଇ ସୁନା ଓ ଟଙ୍କା ଡକାୟତି କରିଥିଲେ । ୨୦ଲକ୍ଷରୁ ଅଧିକ ଟଙ୍କା ଓ ଗ୍ରାହକଙ୍କଠାରୁ ସୁନା ଅଳଙ୍କାର ଲୁଟ୍ ହୋଇଛି । ସଦରଥାନା ପୋଲିସ ବ୍ୟାଙ୍କ ଯାଇ ତଦନ୍ତ ଚଳାଇଛନ୍ତି। ଅପରାହ୍ନ ୪ ଟା ସମୟରେ ବ୍ୟାଙ୍କ ବନ୍ଧ ହେବାକୁ ଯାଉଥିଲା। ବ୍ୟାଙ୍କ ରେ ୨ ଜଣ ମହିଳା ଗ୍ରାହକ ଥିଲେ। ଗ୍ରାହକ ବେସର ୪ ଟି ବାଇକ ରେ ୭ ଜଣ ଡକାୟତ ବ୍ୟାଙ୍କ ରେ ପଂହଁଚି ଥିଲେ। ଅଚାନକ ବ୍ୟାଙ୍କ ରେ ପଶି ବନ୍ଧୁକ ଓ ଠେଙ୍ଗା ରେ ବ୍ୟାଙ୍କ କର୍ମଚାରୀ ଙ୍କୁ ଆକ୍ରମଣ କରିଥିଲେ। କର୍ମଚାରୀ ଙ୍କୁ ରକ୍ତାତ କରି ଟଙ୍କା ସୁନା ନେଇଯାଇଥିଲେ। ଜଣେ ମହିଳା ଗ୍ରାହକ ଠାରୁ ୨0 ହଜାର ଟଙ୍କା ଓ ଜଣେ ମହିଳା ଙ୍କ ଠାରୁ ସୁନା ଚେନ ନେଇ ଯାଇଥିଲେ। ଡକାୟତ ମାଡ ରେ ବ୍ୟାଙ୍କ ପିଅନ ଓ ବଣିଆ ଙ୍କ ମୁଣ୍ଡ ରେ ଶକ୍ତ ଗଭୀର ଆହତ ହୋଇଛନ୍ତି। ଖବର ପାଇ ସଦରଥାନା ପୋଲିସ ବ୍ୟାଙ୍କ କୁ ଆସି ସିସିଟିଭି ଯାଞ୍ଚ କରିଛି। ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୨ ଡକାୟତ କୁ ଅଟକ ରଖିଥିବା ବିଶେଷ ସୂତ୍ର ରୁ ଖବର ମିଳିଛି।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ