ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ କୁ ବଡଚଣା ବ୍ଲକ୍ କଂଗେସ କମିଟି ପକ୍ଷରୁ ସମ୍ବର୍ଦ୍ଧନା

ଚଣ୍ଡିଖୋଲ : ୨୬/୬(କ ବ୍ୟୂ) ରାଜ୍ୟରେ ବୃଦ୍ଧି ପାଉଥିବା ନାରୀ ନିର୍ଯାତନା, ବାଳିକା ଅପହରଣ, ଓ ଗଣଦୁଷ୍କର୍ମ ଘଟଣାକୁ ଅନୁଧ୍ୟାନ କରିବା ପାଇଁ ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜୁନ ଖଡଗେ ଏକ ଫ୍ୟାକ୍ଟ ଫାଇଡିଂ ଟିମ ଗଠନ କରିଛନ୍ତି। ବରିଷ୍ଟ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ଅଖିଳ ଭାରତ ମହିଳା କଂଗ୍ରେସ କମିଟି ସଭାନେତ୍ରୀ ଦୀପା ଦାସମୁନସୀ, ଙ୍କ ଆବାହକତ୍ୱରେ ଗଠିତ ତଥ୍ୟ ଅନୁଧ୍ୟାନ କମିଟି ସଦସ୍ୟ ଭାବେ ସାଂସଦ ରଞ୍ଜିତ ରଞ୍ଜନ, ସାଂସଦ ପ୍ରଣୀତି ସିନ୍ଧେ, ସାଂସଦ ଏସ ଯୋଥିମଣି ଓ ସାଂସଦ ଶୋଭା ଓଜା, ପ୍ରମୁଖ ଗୋପାଳପୁର ସମୁଦ୍ର ବେଳାଭୂମି ରେ ଜନୈକ କଲେଜ୍ ଛାତ୍ରୀ ଗଣ ବଳାତ୍କାର ଶିକାର ହୋଇ ଥିବା ଘଟଣା ସ୍ଥଳ ପରିଦର୍ଶନ କରିବା ସହିତ ଗଞ୍ଜାମ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହିତ ଆଲୋଚନା କରିଥିଲେ। ପରେ କମିଟି ଟିକାବାଲି ଅଞ୍ଚଳରେ ଜନୈକ ଯୁବତୀ ଗଣ ବଳାତ୍କାର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ପରିବାରଙ୍କୁ ଭେଟିବା ସହିତ ମୃତକଙ୍କ ପରିବାରକୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବାକୁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସହିତ ଆଲୋଚନା କରିଥିଲେ। ଏହି ତଥ୍ଯ ଅନୁଧ୍ୟାନ କମିଟି ଭୁବନେଶ୍ଵର ଫେରିବା ବାଟରେ ଆଜି ବଡଚଣା ବ୍ଲକ୍ କଂଗେସ କମିଟି ପକ୍ଷରୁ ବଡଚଣା ଠାରେ ସମ୍ବର୍ଦ୍ଧନା ପ୍ରଦାନ କରଯାଇଥିଲା। ବ୍ଲକ୍ କଂଗ୍ରେସ କମିଟି ସଭାପତି ସୁରେଶ ଚନ୍ଦ୍ର ସାହାଣୀ ଙ୍କ ନେତୃତ୍ଵରେ ବରିଷ୍ଟ କଂଗେସ ନେତା ସୁଧାଂଶୁ ଶେଖର ଦେଓ,ପୁର୍ବତନ ସରପଞ୍ଚ ନୀଳକଣ୍ଠ ମିଶ୍ର ଯାଜପୁର ଜିଲ୍ଲା ଯୁବକଂଗ୍ରେସ ର ପୂର୍ବତନ ସମ୍ପାଦକ ଚର୍ଚ୍ଚିତ ମାହାଲା, ବ୍ଲକ୍ ଯୁବ କଂଗ୍ରେସ ସଭାପତି ଜୟ ପ୍ରକାଶ ବିଶ୍ବାଳ, ପ୍ରବୀର ବଳ, ଚୀକୁ ଦାସ ସନକ ନାୟକ, ମାର୍କଣ୍ଡ ଓଝା, ସୌମ୍ୟ ରଂଜନ ଦାସ, ଗୋବିନ୍ଦ ବେହେରା, ଉଦୟଭାନୁ ରାଉତ ପ୍ରମୋଦ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ଯାଜପୁର ଜିଲ୍ଲାରେ ବ୍ୟାପିଥିବା ହଇଜା, ଝାଡା ବାନ୍ତି ରୋଗ ନିୟନ୍ତ୍ରଣରେ ସରକାରଂକ ବିଫଳତା,ପରିବେଶ ପ୍ରଦୂଷଣ, ଦୂଷିତ ଜଳ ଯୋଗାଣ ଓ ଆବଶ୍ୟକ ସ୍ଵାସ୍ଥ୍ୟ ସେବା ଯୋଗାଇ ବାରେ ସରକାରଂକ ବିଫଳତା ଉପରେ କମିଟି ସହିତ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *