
ଚଣ୍ଡିଖୋଲ ୨୬/୬(କ ବ୍ୟୂ) ଗତ କାଲି ବିଳମ୍ୱିତ ରାତିରେ ୫୩ନମ୍ବର ଜାତୀୟ ରାଜପଥ ଶ୍ରୀରାଚନ୍ଦ୍ରପୁର ଟୋଲ ପ୍ଲାଜ ନିକଟରୁ ବଡଚଣା ପୋଲିସ ଏକ ଚୋର ଗୋରୁ ଗାଡି କୁ ଜବତ କରିବା ସହିତ ଗାଡିରେ ଥିବା ୧୦୦ଟି ଗୋରୁଙ୍କୁ ଉଦ୍ଧାର କରିଛି। ଘଟଣାରୁ ପ୍ରକାଶ ଗତକାଲି ବିଳମ୍ବିତ ରାତିରେ ବାଲିଚନ୍ଦ୍ରପୁର ଚlରିନଙ୍ଗଲ ରୁ କଲିକତା କୁ ଚୋରା ଚାଲାଣ ହେଉଥିବା ଏକ ୧୬ଚକିଆ ଗାଡ଼ି ନମ୍ବର ଓଡି,୦୪, ୪୪୫୩ରେ ପ୍ରାୟ ୧୦୦ଟି ଗୋରୁ ଚାଲାଣ ହେଉଥିବା ର ଏକ ବିଶେଷ ସୂତ୍ର ରୁ ଖବର ପାଇ ବଡଚଣା ଥାନା ଅଧିକାରୀ ମଧୁସ୍ମିତା ବେହେରା ଙ୍କ ନେତୃତ୍ଵରେ ବଡଚଣା ପୋଲିସ ଗାଡ଼ିଟିକୁ ଅଟକାଇ ବାକୁ ଚେଷ୍ଟା କରୁଥିବା ବେଳେ ଗାଡ଼ିଟି ଦୃତ ଗତିରେ ପଳାଇ ଯିବାକୁ ଚେଷ୍ଟା କରିଥିଲା। ପୋଲିସ୍ ଏହାର ପିଛା କରି ଶ୍ରୀରାମପୁର ଟୋଲ ପ୍ଲାଜା ନିକଟରେ ଅଟକାଇଥିଲେ। ଗାଡିଚାଳକ ଗାଡ଼ିରୁ ଡେଇଁ ପଳାଇ ଯିବାକୁ ଚେଷ୍ଟା କରୁଥିବା ବେଳେ ଆହାତ ହୋଇଥିଲେ। ପୋଲିସ ଆହାତ ଚାଳକ କୁ ବଡଚଣା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ବଡ଼ ମେଡ଼ିକାଲ କୁ ପଠାଇ ଥିଲେ। ଜବତ ଗାଡ଼ିଟି ରେ ଶହେ ଗୋରୁ ଅତି ଅମାନୁଷିକ ଭାବରେ ଚାଲାଣ ହେଉଥିବା ବେଳେ ବହୁ ଗୋରୁ ଆହାତ ଓ ଅସୁସ୍ଥ ଥିବା ର ଦେଖା ଯାଇଥିଲା। ଗୋରୁ ଗୁଡିକୁ ପ୍ରଥମେ ଛତିଆ ଗୋଶାଳା କୁ ନିଆ ଯାଇଥିଲା। ମାତ୍ର ସେଠାରେ ସ୍ଥାନ ଅଭାବ ଯୋଗୁ ଗୋରୁ ଗୁଡିକୁ ଚୌଦ୍ଵାର ଗୋଶାଳl କୁ ସ୍ଥାନାନ୍ତର କରାଯାଇଥିଲା। ପ୍ରକାଶ ଥାଉକିବଡଚଣା ଅଞ୍ଚଳ ର ଦର୍ପଣଗଡ, ଚାରିନଙ୍ଗଲ , ନଳିପୁର ଓ ନେଉଳପୁର ରୁ ଦୈନିକ ଶହ ଶହ ଗୋରୁ ପଶ୍ଚିମ ବଙ୍ଗ କୁ ଚୋରା ଚାଲାଣ ହେଉଥିବା ବେଳେ ବଡଚଣା ଥାନା ଅଧିକାରୀ ଙ୍କ ଏତାଦୃଶ କାର୍ଯ୍ୟ କୁ ସାଧାରଣରେ ପ୍ରଶଂସା କରାଯାଇଛି।