ଜିଟିଭି ଭାରତ ଓଡିଆ ଡିଜିଟାଲ୍ ନ୍ଯଜ୍ ଚାନେଲର ଅଷ୍ଟମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ

ରାୟଗଡା (ତପନ କାଡ୍ରାକା) ଜିଟିଭି ଭାରତ ଓଡିଆ ଡିଜିଟାଲ ନ୍ଯୁଜ୍ ଚାନେଲର ଅଷ୍ଟମ ବାର୍ଷିକ ଉତ୍ସବ ରାୟଗଡ ସଦର ମହକୁମା ସ୍ଥିତ ଲାୟନ୍ସ କ୍ଲବ ସଭାଗୃହ ଠାରେ ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ରାମଦାସ ଲିମାଙ୍କ ସଭାପତିତ୍ବରେ ମହାଆଡମ୍ବରରେ ପାଳିତ ହୋଇଯାଇଛି | ଉକ୍ତ ଉତ୍ସବରେ ରାୟଗଡ ବିଧାୟକ ଶ୍ରୀଯୁକ୍ତ କାଡ୍ରାକା ଆପାଲସ୍ବାମୀ ମୁଖ୍ଯ ଅତିଥିଭାବେ ଯୋଗଦେଇ ସାମ୍ବାଦିକ ଏକ ହେଲେ ଜିଲ୍ଲା ଓ ରାଜ୍ଯର ବିକାଶ ହେବ ବୋଲି କହିବା ସହ ସାମ୍ବାଦିକଙ୍କ ବିଭିନ୍ନ ସମସ୍ଯା ସମ୍ପର୍କରେ ଆଲୋକପାତ କରିଥିଲେ | ପୁଣି କହିଥିଲେ ସାମ୍ବାଦିକ ପ୍ରତ୍ଯକ୍ଷ ଭାବେ ଘଟଣାର ପୁଙ୍ଖାନୁପୁଙ୍ଖ ସତ୍ଯସତ୍ଯା ଜାଣିବା ଦରକାର, ସଭାସମିତି ଓ ପ୍ରଶାସନର ବୌଠକ ସମ୍ପର୍କୀତ ଖବର ଗୁଡିକ ସିଧାସଳଖ ପ୍ରକାଶ ଓ ପ୍ରସାରଣ କରୁଛନ୍ତି | ସାମ୍ବାଦିକ ମାନେ ଚାରିଭାଗରେ ଭାଗଭାଗ ହୋଇଥିବାରୁ ଶାସକ ନା ପ୍ରଶାସନ ତାଙ୍କୁ ଗୁରୁତ୍ବ ଦେଉନଥିବା ଭଳି ମନେ ହେଉଛି | ସାମ୍ବାଦିକଙ୍କ ସମସ୍ଯା ସମ୍ପର୍କରେ ମୁଁ ଗାଁରୁ ବିଧାନସଭା ଯାଏଁ ସ୍ବର ଉତ୍ତୋଳନ କରିଛି | ବିଧାନ ସଭାରେ ପ୍ରଶ୍ନ କରିଛି | ତତ୍କାଳିନ ସରକାର ସାମ୍ବାଦିକଙ୍କୁ ଦେଇଛନ୍ତି ଗୃହ ଓ ଗାଡି ଋଣ 3 ଟଙ୍କା ସୁଧହାରରେ ଯାହା ଯେଉଁ ସାମ୍ବାଦିକଙ୍କ ବାର୍ଷିକ ଆୟ 50 ହଜାର ଟଙ୍କାରୁ କମ୍ ରହିଥିବ | ଏ କିପ୍ରକାର ନିୟମ ଜଣେ ସାମ୍ବାଦିଙ୍କୁ ଗୋଟିଏ ମଟର ସାଇକଲ୍, ଗୋଟିଏ ମୋବାଇର ଅତ୍ଯନ୍ତ ଆବଶ୍ଯକ, ଏହା ନଥିଲେ ଆଜର ଦିନରେ ସାମ୍ବାଦିକ କରିବା କଷ୍ଟକର ହୋଇପଡିବ | ଗାଡି ଖର୍ଚ୍ଚ ଓ ଅନ୍ଯାନ୍ଯ ତଥା ପରିବାର ପ୍ରତିପୋଷଣ ଦେଖିଲେ ସରକାରଙ୍କ ଧାର୍ଯ୍ଯସୀମା ଠାରୁ ଟପିଯିବ ତେବେ କେମିତି ସେହି ସୁବିଧା ପାଇବେ ବୋଲି ପ୍ରଶ୍ନ କରିଥିଲେ |ତେବେ ସାମ୍ବାଦିକ ଏକ ନହେଲେ ବିଧାୟକ ଯେତେ ଟାଣିଉଟାରି ହେଲେ ମଧ୍ଯ ସାମ୍ବାଦିକଙ୍କ ସମସ୍ଯା ସମାଧାନ ହୋଇପାରିବ ନାହିଁ |

Leave a Reply

Your email address will not be published. Required fields are marked *