
ପୁରୀ : (ବଳରାମ ତ୍ରିପାଠି :ରିପୋର୍ଟ) ଗୁଡିଆ ସାହିରେ ଏହି ହତ୍ୟାକାଣ୍ଡ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ବରିଷ୍ଠ ସେବାୟତ ଜଗନ୍ନାଥ ଦୀକ୍ଷିତ । ତାଙ୍କ ବୟସ 83 ବର୍ଷ ବୋଲି କୁହାଯାଉଛି । ପୂର୍ବଶତ୍ରୁତାରୁ ହତ୍ୟାକାଣ୍ଡ କରାଯାଇଥିବା ଅନୁମାନ କରାଯାଉଛି । ଟାଉନଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ବାହାରେ ଫିଙ୍ଗିବା ବେଳେ ସିସିଟିଭିରେ ଭିଡିଓ କଏଦ ହୋଇଛି ।
ସେପଟେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନ ବେଦୀରେ ଦିବ୍ୟ ଦୁର୍ଲଭ ସ୍ନାନ ଲୀଳା କରିଛନ୍ତି ମହାପ୍ରଭୁ । ପ୍ରତିଦିନ ରତ୍ନ ସିଂହାସନରେ ବିମ୍ବସ୍ନାନ କରୁଥିବା ମହାପ୍ରଭୁ ଆଜି ଜ୍ୟେଷ୍ଠ ଶୁକ୍ଳ ପୂର୍ଣ୍ଣିମା ତିଥିରେ ପ୍ରତ୍ୟକ୍ଷ ସ୍ନାନ କରିଛନ୍ତି । ବଡଦାଣ୍ଡ ଲୋକାରଣ୍ୟ । ଚାରିଆଡେ ଗହଳି ଚହଳି । ଶ୍ରୀକ୍ଷେତ୍ରକୁ ଛୁଟୁଛି ଭକ୍ତଙ୍କ ସୁଅ । ଏମିତି ପରିସ୍ଥିତିରେ ଜମେ ବରିଷ୍ଠ ସେବାୟତଙ୍କ ହତ୍ୟା କରାଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।