

ନବରଙ୍ଗପୁର :- ପାପଡାହାଣ୍ଡି ବ୍ଲକ ସଦର ମୈଦଲପୁର ଠାରେ ଏକ ଇଂଲିଶ ମେଡିୟମ ସ୍କୁଲ ଉଦଘାଟିତ ହୋଇଯାଇଛି । ଫ୍ୟୁଚର ବୁଇଲଡର୍ଶ ଇଂଲିଶ ମେଡିୟମ ସ୍କୁଲ ନାମରେ ପୂର୍ବତନ ବିଧାୟକ ଭୁଜବଳ ମାଝୀ ପ୍ରଦୀପ ଜାଳି ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଚନ୍ଦ୍ରଧ୍ଵଜ ମାଝୀ ଓ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ । ଏହା ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ଇଂରାଜୀ ଭାଷାରେ ପାଠ ପଢ଼ାଯିବ ବୋଲି ବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସ୍କୁଲର ଅଧ୍ୟକ୍ଷ ନବେନ୍ଦ୍ର କୁଶ ଓ ଅନ୍ୟ ଶିକ୍ଷକ ଉପସ୍ଥିତ ଥିଲେ। ମୈଦଲପୁର ଠାରେ ଏହି ବିଦ୍ୟାଳୟ ହୋଇଥିବା ହେତୁ ଅଞ୍ଚଳର ଶିଶୁମାନେ ଇଂରାଜୀ ଶିକ୍ଷା ପାଇ ପାରିବେ ବୋଲି ଅଞ୍ଚଳବାସୀ ଆଶାବାନ୍ଧି ଛନ୍ତି । ବର୍ତ୍ତମାନ ଚଳିତ ବର୍ଷରୁ ଶିକ୍ଷା ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି ।