ଭୁସୁଡୁଛି ଭାସ୍କର ଶିବିର , ମଜବୁତ ହେଉଛି କୋଣ୍ଡା ଶିବିର । ଭାସ୍କରଙ୍କ ଆନୁଗତ୍ୟ ଆଦିନାରାୟଣ କୋଣ୍ଡା ଶିବିରରେ।

ରାୟଗଡା -(ତପନ କାଡ୍ରାକା) -ଦିନ ଥିଲା ଗୁରୁ ଭାସ୍କରଙ୍କ ଶିବିରକୁ ଧୂଳି ଟିକେ ନ ଲାଗିବାକୁ ପ୍ରତିଜ୍ଞା ପରିକର ରହିଥିଲେ ୟେଲା କୋଣ୍ଡା ବାବୁ। ସେହିପରି ଭାସ୍କରଙ୍କ ସାମ୍ରାଜ୍ୟକୁ ଧୂଳି ଟିକେ ଲାଗିବାକୁ ମଧ୍ୟ ଦେଇ ନଥିଲେ। ୟାଲା କୋଣ୍ଡା ବାବୁ ରହିଥିବା ପର୍ଯ୍ୟନ୍ତ ରାୟଗଡ ଟ୍ରକ ୟୁନିୟନ ଭାସ୍କରଙ୍କ କବଜାରେ ଯୁଗ ଯୁଗ ଧରି ରହି ଆସିଥିଲା। ଯେତେବେଳେ କୋଣ୍ଡା ବାବୁ ଅନୁଭବ କଲେ ଭାସ୍କର ଡ୍ରାଇଭର ଓ ମାଲିକମାନଙ୍କ ମାରଣ ନୀତି ସେହି ଦିନ ଠାରୁ ଆରମ୍ଭ ହେଲା ଗୁରୁ ଭାସ୍କରଙ୍କ ବିରୁଦ୍ଧରେ ସ୍ୱର ଉତ୍ତଳନ। ଏମିତି ବିରୋଧ କଲେ ଯାହାର ପରିଣାମ ଭାସ୍କରଙ୍କ ହାତରୁ ଖସିଗଲା ରାୟଗଡ ଟ୍ରକ ୟୁନିୟନ। ଆରମ୍ଭ ହେଲା ଭାସ୍କରଙ୍କ ସାମ୍ରାଜ୍ୟର ପତନ।ଭାସ୍କର ଶିବିର ଛାଡି ଏବେ କୋଣ୍ଡା ବାବୁ ବି ଜେ ପି ଶିବିରରେ ଯୋଗ ଦେବା ପରେ ଭାସ୍କର ସାମ୍ରାଜ୍ୟକୁ ଏକ ଶକ୍ତ ଝଟକା ଲାଗିବା ସହ ଅଣନିଶ୍ୱାସୀ ଏବେ ଭାସ୍କର ଶିବିର। ଗତ ରବିବାର ଭାସ୍କରଙ୍କୁ ଚକମା ଦେବା ଭଳି ବିଜେପିର ବରିଷ୍ଠ ନେତା ତଥା ଟ୍ରକ ମାଲିକ ସଂଘର ସଭାପତି ୟାଲା ଭେଙ୍କେଟେଶ୍ୱର ରାଓ (କୋଣ୍ଡାବାବୁ)ଙ୍କ ତରଫରୁ ସିଲିଟିଗୁଡା ଡ୍ୟାମ ଠାରେ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତେବେ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ଥିଲେ ଆଦି ନାରାୟଣ । ଏକଦା ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓଙ୍କ ବେଶ୍ ଆନୁଗତ୍ୟ ଥିବା ଆଦିନାରାୟଣ, ଭାସ୍କର ରାଓଙ୍କ ହାତ ଛାଡି କୋଣ୍ଡାବାବୁ ଶିବିରରେ ସାମିଲ ହୋଇ ସମସ୍ତଙ୍କୁ ଚକିତ କରିଥିଲେ । କୋଣ୍ଡାବାବୁ ଶିବିରରେ ସାମିଲ ହେବା ପରେ ଆଦିନାରାୟଣ ବେଶ୍ ଚାଂଚଲ୍ୟକର ତଥ୍ୟ ପୂର୍ବତନ ସାଂସଦ ଶ୍ରୀରାଓଙ୍କ ବିରୋଧରେ ଖୁଲାସା କରିଛନ୍ତି । ଆଦିନାରାୟଣ, ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ପ୍ରକାଶ କରିଥିଲେ ଦୀର୍ଘ ୪୦ ବର୍ଷ ଧରି ରାୟଗଡା ଟ୍ରକ ମାଲିକ ସଂଘକୁ ନିଜ କବଜାରେ ରଖି ଶ୍ରୀରାଓ, ଟ୍ରକ ମାଲିକଙ୍କ ହକ୍‌ର କୋଟି କୋଟି ଟଙ୍କା ଲୁଟି କରି ଖାଇଛନ୍ତି । ଶ୍ରୀ ରାଓ କେବଳ ନିଜର ବିକାଶ ହିଁ ଦେଖିଲେ, କେବେ ବି ଟ୍ରକ ମାଲିକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖିନାହାନ୍ତି । ବର୍ତମାନ ୟାଲା ଭେଙ୍କେଟେଶ୍ୱର ରାଓ (କୋଣ୍ଡାବାବୁ) ଟ୍ରକ ମାଲିକ ସଂଘର ସଭାପତି ହେବା ପରେ ଟ୍ରକ ମାଲିକ ସଂଘ ନାମରେ ଥିବା ବ୍ୟାଙ୍କ ଜମାଖାତାରେ ୨ କୋଟି ଟଙ୍କା ଜମା ରହିଛି । ଯଦି ଦୁଇ ବର୍ଷରେ ୨ କୋଟି ଟଙ୍କା ଟ୍ରକ ମାଲିକ ସଂଘ ନାମରେ ରହୁଛି ତା ହେଲେ ୪୦ ବର୍ଷ ଧରି ନିଜ ଅକ୍ତିଆରରେ ରଖିଥିବା ଶ୍ରୀରାଓ, ସମସ୍ତ ଟଙ୍କା ହଡପ କରିଛନ୍ତି ବୋଲି ଆଦିନାରାୟଣ ସିଧାସଳଖ ବର୍ଷିଥିଲେ ଭାସ୍କରଙ୍କ ଉପରେ । ବର୍ତମାନ ଶ୍ରୀରାଓଙ୍କୁ ୪୦ ବର୍ଷର ହିସାବ ମଗାଯିବ ନ ହେଲେ ତାଙ୍କ ଘର ସମ୍ମୁଖରେ ଧାରଣ ଦିଆଯିବ ବୋଲି ଆଦିନାରାୟଣ ପରୋକ୍ଷରେ ଚେତାବନୀ ଦେଇଛନ୍ତି । ଟ୍ରକ ମାଲିକ ସଂଘର ସଭାପତି ୟାଲା ଭେଙ୍କେଟେଶ୍ୱର ରାଓ, ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି ଯେ ଜେକେ କାଗଜ କଂପାନୀ ଏବଂ ଇମ୍ଫା ଥେରୁବାଲି କଂପାନୀରୁ ଯେପରି ସିଧାସଳଖ ଟ୍ରକ ମାଲିକ ସଂଘରୁ ଲୋଡିଂ କରିବାର ସୁଯୋଗ ଦିଆଯାଉଛି, ସେପରି ସିଧାସଳଖ ଲୋଡିଂ ବ୍ୟବସ୍ଥା ପାଇଁ ଟିକିରି ସ୍ଥିତ ଉତ୍କଳ ଆଲୁମିନା କଂପାନୀ ସହ ଯୋଗଯୋଗ କରାଯିବ। ଜେକେ କାଗଜ କଂପାନୀ ଏବଂ ଇମ୍ଫା ଥେରୁବାଲି କଂପାନୀ ଭଳି ଲୋଡିଙ୍ଗ ବ୍ୟବସ୍ଥା ନ ହୁଏ ତେବେ ଚକ ଅଖ ଜାମ ହେବ ବୋଲି ଚେତାବନୀ ଦେଇଛନ୍ତି କୋଣ୍ଡା ବାବୁ। ଏହି
ବନ୍ଧୁମିଳନ କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତା କମଳା ସାଉଁନ୍ତା, ଡମ ସମାଜର ସଭାପତି ନରେନ୍ଦ୍ର ନାଏକ, ଆଦିବାସୀ ନେତା ମାଦାରାଓ ସାରକା, ଜିଆନା ହିମିରିକା, ଚକ୍ର ବିଡିକାଙ୍କ ସମେତ ହଜାର ସଂଖ୍ୟାରେ ୟାଲା ଭେଙ୍କେଟେଶ୍ୱର ରାଓ (କୋଣ୍ଡାବାବୁ) ପ୍ରେମୀଙ୍କ ସହ ଶହ ଶହ ସଂଖ୍ୟାରେ ଟ୍ରକ ମାଲିକ ଉପସ୍ଥିତ ହୋଇଥିଲେ ।

Leave a Reply

Your email address will not be published. Required fields are marked *