ବିପଦ ସଙ୍କୁଳ ଅବସ୍ଥାରେ ନାକଟିଗୁଡା ପୋଲ , ନୂତନ ପୋଲ ନିର୍ମାଣ କରିବାକୁ ଦାବି

ନବରଙ୍ଗପୁର:- ବିପଦକୁ ଡାକୁଛି ଦୀର୍ଘଦିନର ପୋଲ । ଜୀବନକୁ ବାଜି ଲଗାଇ ଅଞ୍ଚଳବାସୀ ଯିବାଆସିବା କରୁଛନ୍ତି ବିପଦ ସଙ୍କୁଳ ଥିବା ପୋଲ ଉପରେ । ବାଣିଜ୍ୟ ବ୍ୟବସାୟ କରିବାକୁ ହୋଉ କି ମେଡିକାଲ , ସ୍କୁଲ କଲେଜ ହୋଉ ଏହି ରାସ୍ତାଦେଇ ହିଁ ଯିବା ଆସିବା ଚାଲିଛି । ଦୀର୍ଘ ୮ ମାସ ହେବ ଅଧା ଭାଙ୍ଗି ରହି ଯାଇଛି । କେତେବେଳେ ସମ୍ପୂର୍ଣ୍ଣ ଭାଙ୍ଗି କୌଣସି ପ୍ରକାର ଅଘଟଣ ଘଟିବା ସମ୍ଭବ ରହିଛି ।ଗ୍ରାମବାସୀ ପ୍ରଶାସନ ନିକଟରେ ଅବଗତ କରାଇଛନ୍ତି ହେଲେ ପ୍ରଶାସନ ଏହି ପୋଲ ବିପଦ ଥିବା ଅବଗତ ଥାଇ ମଧ୍ୟ କୌଣସି ପ୍ରକାର ନିର୍ମାଣ ପାଇଁ ଆଗେଇ ଆସୁ ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁମ୍ବର୍ଲା ଓ ନାକଟିଗୁଡା ଯିବା ମୁଖ୍ୟ ରାସ୍ତାରେ ରହିଛି ବିପଦ ପୂର୍ଣ ଭଙ୍ଗା ପୋଲ , ତାହା ବି ବିପଦ ଅବସ୍ଥାରେ । ଦୀର୍ଘଦିନ ର ଏହି ପୋଲ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । କେତେବେଳେ ଭାଙ୍ଗି ଲୋକଙ୍କ ଜୀବନ ଚାଲିଯିବ । ଏହି ରାସ୍ତା ଦେଇ ନାକଟିଗୁଡା ତଥା ଆଖପାଖ ଅଞ୍ଚଳର ଲୋକେ ମେଡିକାଲ ,ସ୍କୁଲ କଲେଜ ହୋଉକି ନିଜର ଆବଶ୍ୟକତା ଜିନିଷ କିଣିବାକୁ ହେଲେ ତୁମ୍ବର୍ଲା ଯିବାକୁ ପଡୁଛି । ତୁମ୍ବର୍ଲା ଛକ ଆସିଲେ ହିଁ ମୈଦଲପୁର କିମ୍ବା ପାପଡାହାଣ୍ଡି ,ନବରଙ୍ଗପୁର ଯିବାକୁ ହୋଉଛି । ଅନ୍ୟପଟେ ଜୀବନକୁ ବାଜି ଲଗାଇ ଲୋକେ ଯିବାଆସିବା କରୁଛନ୍ତି । ଯଦି ଏହି ରାସ୍ତା ଦେଇ ବିଭିନ୍ନ କାର୍ଯ୍ୟ ପାଇଁ ଆସିବାକୁ ହେଲେ ଏକ କିଲାମିଟର ପଡିବ ।କିନ୍ତୁ ବୁଲିକି ଗଲେ ଦୀର୍ଘ ୫ କିମି ରାସ୍ତା ଯିବାକୁ ପଡୁଛି ବୋଲି କହିଛନ୍ତି ଗ୍ରାମବାସୀ ।
ଏହି ପୋଲ ଦୀର୍ଘ ୨୩ ବର୍ଷ ତଳେ ନର୍ମାଣ ହୋଇଥିଲା । ଲୋକେ ବହୁତ ସୁବିଧାରେ ଯାତାୟାତ କରୁଥିଲେ। କିନ୍ତୁ ପୁରୁଣା ହୋଇଥିବାରୁ ଗତ ବର୍ଷ ଭାଙ୍ଗି ବିପଦ ଭାବେ ପଡିରହିଛି । ହାଇସ୍କୁଲ ଓ କଲେଜ ପଢିବାକୁ ଛାତ୍ରଛାତ୍ରୀ ଏହି ପୋଲ ଉପରେ ହିଁ ଭରସା କରିଆସୁଛନ୍ତି । ଯାଉଥିବା ସମୟରେ କେତେବେଳେ ଭାଙ୍ଗିଯିବ ଓ ଜନଜୀବନ ନଷ୍ଟ ହେବ ତେଣୁ ନୂତନ ପୋଲ ଶୀଘ୍ର ନିର୍ମାଣ କରିବାକୁ ଗ୍ରାମବାସୀ ସମସ୍ତେ ଦାବି କରିଛନ୍ତି ।ଏନେଇ ଗ୍ରାମ୍ୟ ଉନ୍ନୟନ ଅଧିକାରୀ ଦେବଶ୍ରୀ ନାୟକ କହିଛନ୍ତି ଏହି ପୋଲ ନିର୍ମାଣ ପାଇଁ କାଗଜପତ୍ର କାମ ଶେଷ ହୋଇଛି ଶୀଘ୍ର ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।

Leave a Reply

Your email address will not be published. Required fields are marked *