
ଛତ୍ରପୁର : ୨୩.୦୫.୨୫
(ମିଥୁନ ବାରିକ୍)
ଛତ୍ରପୁର : ପୂର୍ବରୁ ବିଭିନ୍ନ ଶିବ ମନ୍ଦିର ରୁ ଚୋରି କରୁଥିବା ବେଳେ ଏବେ ମା ଚାମୁଣ୍ଡା ଙ୍କ ମନ୍ଦିର ରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ରମ୍ଭା ଥାନା ଅନ୍ତର୍ଗତ ବିରୂଳି ଗଡ ଗ୍ରାମର ଥିବା ମା ଚାମୁଣ୍ଡା ମନ୍ଦିରରୁ ହୁଣ୍ଡି ଭାଙ୍ଗି ୨୦ ହଜାର ରୁ ଉର୍ଦ୍ଧ୍ ଟଙ୍କା ଚୋରି ହୋଇଛି ।
ଗତ ମଙ୍ଗଳ ବାର୍ ରାତ୍ର ସମୟରେ କିଛି ଦୁର୍ବୃତ ମା ଚାମୁଣ୍ଡା ମନ୍ଦିର ରେ ପସି ହୁଣ୍ଡି ଭାଙ୍ଗି ଚୋରି କରିଥିବା ଘଟଣା ଏବେ ସାମ୍ନା କୁ ଆସିଚି । ଏ ନେଇ ରମ୍ଭା ଥାନା ରେ ଅଭିଯୋଗ ହୋଇଛି । ଏହି ଅଭି ଯୋଗ ଆଧାରରେ ରମ୍ଭା ଥାନା ପକ୍ଷରୁ ମାମଲାକୁ ରୁଜୁକରି ପୋଲିସ୍ ତଦନ୍ତ ଆରମ୍ଭ କରିଛି । ଭକ୍ତ ମାନଙ୍କ ତରଫରୁ ମନ୍ଦିର ର ବିଭିନ୍ନ ଉନ୍ନତି କରଣ ପାଇଁ ମାଙ୍କ ଦର୍ଶନ କରି ଭକ୍ତ ମନେ ହୁଣ୍ଡି ରେ ଦାନ କରିଥିବା ଅର୍ଥ କୁ ଦୁର୍ବୃତ ମାନେ ଚୋରି କରିଛନ୍ତି । ତେଣୁ ଏହି ଦୁର୍ବୃତ୍ତ ମାନଙ୍କୁ ଯଥା ଶୀଘ୍ର ଧରିବା ପାଇଁ ଗ୍ରାମବାସୀ ଓ ଅଞ୍ଚଳ ବାସୀ ପକ୍ଷରୁ ଦାବି କରାଯାଇଛି ।