
ଛତ୍ରପୁର : ୨୩.୦୫.୨୫
(ମିଥୁନ ବାରିକ୍)
ଛତ୍ରପୁର : ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ହୁମ୍ମା ଛକ ଠାରେ ଗୋଟିଏ ଟ୍ରଲର ପାଇଁ ସହ ସହ ବସ୍ ଯାତାୟାତ ବନ୍ଦ୍ ୨ ଘଣ୍ଟା ପାଇଁ ବନ୍ଦ୍ ରହିଥିଲା ।
୧୬ ନମ୍ବର ଜାତୀୟ ରାଜପଥ ହୁମ୍ମା ଛକ ଠାରୁ ଗଞ୍ଜାମ ଓ ପାଲୁର ଜଙ୍କସନ୍ ପଯ୍ୟନ୍ତ ରାସ୍ତା ଜାମ୍ ହୋଇ ରହିଥିଲା । ଆନ୍ଧ୍ରା ରୁ ଭୁବନେଶ୍ଵର ଯାଉଥିବା ଗୋଟିଏ ଟ୍ରଲର ମେସିନ୍ ଲୋଡ୍ କରି ଯାଉଥିବା ବେଳେ ହୁମ୍ମା ଛକ ଠାରେ ହଠାତ୍ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଟ୍ରଲର ଟି ରାସ୍ତା ଉପରେ ଅଟକି ଯାଇଥିଲା । ଯାହା ଫଳରେ ସହ ସହ ଟ୍ରକ ଓ ଯାତ୍ରୀ ବାହି ବସ୍ ରେ ଯାତାୟାତ କରୁଥିବା ଯାତ୍ରୀ ମାନେ ହନ୍ତ ସନ୍ତ ହେଉଥିବା ଦେଖିବାକୁ ମିଳିଥିଲା। ହୁମ୍ମା ଓଭର ବ୍ରିଜ ଉପରେ କାମ ଚାଲିଥିବା ବେଳେ ଗୋଟିଏ ଲାଇନ୍ ରେ ସମସ୍ତ ବାଇକ୍ ଠାରୁ ଆରମ୍ଭ କରି ଟ୍ରକ୍ ଓ ବସ୍ ଯାଉଥିବା ବେଳେ ସମସ୍ତ ଅସୁବିଧା ହେଉଛି ବୋଲି ଅଞ୍ଚଳ ବାସୀ କହିଛନ୍ତି । ୨ ଘଣ୍ଟା ବିଳମ୍ବ ହେବା ପରେ ଗରମ ଗୁଳୁ ଗୁଳି ରେ ଯାତ୍ରୀ ମାନେ ନାହିଁ ନଥିବାର ହଇରାଣ ହେଉଥିବାର ଦେଖିବାକୁ ମିଳିଥିଲା । ପରବର୍ତ୍ତୀ ସମୟ ରେ ଅଧିକ ଯାତାୟାତ ବାଧାପ୍ରାପ୍ତ ହେଲା ବେଳେ ଖବର ପାଇ ହୁମ୍ମା ଫାଣ୍ଡି ଅଧିକାରୀ ସୁଭ୍ରାଜିତ୍ ମହାନ୍ତି ଓ ସମସ୍ତ ଫାଣ୍ଡି କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ସେହି ଟ୍ରଲର କୁ ଯେଶିପି ସାହାର୍ଯ୍ୟ ରେ ସାଇଡ କରି ସମସ୍ତ ବସ୍ ଓ ଟ୍ରକ କୁ ଯାତାୟତ କରିବା ପାଇଁ ସୁବିଧା କରିଥିଲେ । ଯାହା ଫଳରେ ସମସ୍ତ ଯାତ୍ରୀ ମାନେ ଖୁସି ଅନୁଭବ କରିଥିଲେ ।