
Cuttack ; ତା.୨୧ .୦୫. ୨୦୨୫ ରିଖ ( ବୁଧବାର) ସ୍ଵର୍ଗଧାମ ସେବା ସମିତି ର ୨୫ ତମ ଲୋକାର୍ପିତ ଉତ୍ସବ ପାଳନ ଅବସର ରେ ଶ୍ରୀମଦ ଭାଗବତ ଗୀତ ପାଠ (ପ୍ରାତଃ ୬ ଘଣ୍ଟା ରୁ ଆରମ୍ଭ ) ସମେତ ପହଲଗମ ଆତଙ୍କବାଦୀ ଆକ୍ରମଣ ରେ ୨୮ ଜଣ ମୃତ୍ୟୁବ୍ୟକ୍ତି ଓ ଅପରେସନ ସିନ୍ଦୁର ରେ ଶହୀଦ ୮ ଜଣ ଶହୀଦ ଙ୍କ ପାଇଁ ଦୀପଦାନ ର ଆୟୋଜନ କରାଯାଇଅଛି | ଏଠାରେ ଆପଣ ମାନେ ବ୍ୟସ୍ତ ବହୁଳ ସମୟ ରୁ କିଛି ସମୟ (ପ୍ରାତଃ ୬ ଟା ରୁ ସନ୍ଧ୍ୟା ୬ ଟା ମଧ୍ୟ ରେ) ଦେଇ ନିଜେ ଗୀତା ପାଠ କରିବାର ସୁଯୋଗ ନେଇପାରିବେ |
ସନ୍ଧ୍ୟା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ କମାଣ୍ଡର ଏସ.କେ ମହାନ୍ତି ( Commanding Officer,No-3 Odisha Naval NCC, Cuttack),ଶ୍ରୀ ନିରଞ୍ଜନ ରଥ (ରାଷ୍ଟ୍ରୀୟ ସମ୍ପାଦକ ଲୋକ ସେବକ ମଣ୍ଡଳ ତଥା ଅଧକ୍ଷ ରିଲିଫ କମିଟି,”ସମାଜ”) ଶ୍ରୀ ସଚ୍ଚିକାନ୍ତ ନାଥ ( ଅବସର ପ୍ରାପ୍ତ ନୌସୈନିକ ତଥା ବରିଷ୍ଠ ସାମ୍ବାଦିକ “ସମ୍ବାଦ”) ସଦୟ ଯୋଗଦାନ କରିବାକୁ ସ୍ୱୀକୃତି ପ୍ରଦାନ କରିଅଛନ୍ତି |
ଏହି ପରିପ୍ରେକ୍ଷୀ ରେ ସନ୍ଧ୍ୟା ୬ ଘଣ୍ଟା ରେ ସ୍ଵର୍ଗଧାମ ପରିସର ରେ ଉପସ୍ଥିତ ରହି କାର୍ଯ୍ୟ କ୍ରମ କୁ ସଫଳ କରାଇବା ନିମନ୍ତେ ସ୍ଵର୍ଗଧାମ ପରିବାର ତରଫରୁ ନିବେଦନ କରାଯାଉଅଛି |