
ନବରଙ୍ଗପୁର:- ନବରଙ୍ଗପୁର ଜିଲ୍ଲାର ଚାରୋଟି ଲ୍ୟାମ୍ପ ର ଧାନ ମଣ୍ଡିରେ ଦୁର୍ନୀତି ର ଅଭିଯୋଗ ନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲାପାଳ ଙ୍କୁ ଜିଲ୍ଲା ବିଜେଡି ର ଦାବି ପତ୍ର ପ୍ରଦାନ । ନବରଙ୍ଗପୁର ଜିଲ୍ଲାର ରାଇଘର, ପାପଡାହାଣ୍ଡି, ମୈଦଲପୁର, ଓ କୋଡ଼ିଙ୍ଗା ଚାରି ଗୋଟି ଲ୍ୟାମ୍ପରେ ଧାନ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛି ଜିଲ୍ଲା ବିଜେଡି । ଏହି ଲ୍ୟାମ୍ପ ର ଏମ ଡି ମାନେ ମିଲର୍ସ ଙ୍କ ସହିତ ମଧୁ ଚନ୍ଦ୍ରିକା କରି ବ୍ୟାପକ ଦୁର୍ନୀତି କରୁଥିବା ଅଭିଯୋଗ ଆଣିଛି ଜିଲ୍ଲା ବିଜେଡି । ଏହି ଲ୍ୟାମ୍ପ ମାନଙ୍କ ରେ ୪୦ ରୁ ୫୦ ପ୍ରତିଶତ ଧାନ କାଗଜ କଲମ ରେ କିଣା ଯାଉଥିବା ଅଭିଯୋଗ କରିବା ସହିତ ଏମଡି ମାନେ ନିଜ ସମ୍ପର୍କିୟ ଙ୍କ ନାମ ରେ ମଣ୍ଡି କାର୍ଡ କରି ଧାନ ବିକ୍ରି କରିଥିବା ଅଭିଯୋଗ ଆଣିଛି ଜିଲ୍ଲା ବିଜେଡି । ଧାନ କିଣା ର ସବିଶେଷ ତଥ୍ୟ ନେଇ ଆରଟିଆଇ ମାଗିଲେ ଲ୍ୟାମ୍ପ ଗୁଡିକ ଆରଟିଆଇ ଅନ୍ତର୍ଭୁକ୍ତ ନ ଥିବା ଦର୍ଶାଇ ରିପୋର୍ଟ ଦେଉନଥିବା ଅଭିଯୋଗ କରିଛନ୍ତି । ଏହି ଦୁର୍ନୀତି ରେ କେବଳ ଲ୍ୟାମ୍ପ ଏମଡି ନୁହନ୍ତି ଆର ସି ଏସ, ଡିଆରସିଏସ ମଧ୍ୟ ଲାଞ୍ଚ ନେଇ ଦୁର୍ନୀତି କୁ ପ୍ରଶ୍ରୟ ଦେଇ ଥିବା ଅଭିଯୋଗ କରିଛନ୍ତି । ଏଥିସହ ରାଇଘର ବ୍ଲକ ର ୩୪୪ ଜଣ ଚାଷୀ ୨ ରୁ ୩ ମାସ ଧରି ମଣ୍ଡିରେ ଧାନ ବିକ୍ରି କରି ସେମାନଙ୍କ ପ୍ରାପ୍ୟ ପାଇ ନ ଥିବା ବେଳେ ସେମାନଙ୍କ ପ୍ରାପ୍ୟ ନେଇ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କ ସହିତ ଆଲୋଚନା କରାଯାଇଥିବା ବେଳେ ତାଙ୍କ ଠାରୁ ସନ୍ତୋଷ ଜନକ ଉତ୍ତର ନ ପାଇ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ଧାରଣା ଦିଆଯାଇଥିବା ବେଳେ ଆଗାମୀ ୨୦ ଦିନ ମଧ୍ୟରେ ଚାଷୀ ଙ୍କ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଦର୍ଶାଇ ଜିଲ୍ଲା ବିଜେଡି । ଏଥିସହ ଜିଲ୍ଲାରେ ୨୫ ଲକ୍ଷ କ୍ୱିଣ୍ଟାଲ ଧାନ କିଣା ଯାଇଥିବା ବେଳେ ସେ ଧାନ କେଉଁ କେଉଁ ମିଲ ରେ ରଖାଯାଇଛି ସେନେଇ ତଦନ୍ତ କରିବା ପାଇଁ ଦାବି ଜଣାଇଛି ଜିଲ୍ଲା ବିଜେଡି । ଏନେଇ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ସାଂସଦ ପ୍ରଦୀପ ମାଝି ଓ ପୂର୍ବତନ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଙ୍କ ନେତୃତ୍ୱ ରେ ଜିଲ୍ଲା ବିଜେଡି ର ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର ଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରି ଅଭିଯୋଗ ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁରୋଧ କରିଛନ୍ତି ।