(ମାନଗୋବିନ୍ଦ ସ୍ବାଇଁ)
ଅକ୍ଷୟ ତୃତୀୟା କୃଷକ ଉତ୍ସବ
ଚାଷ ଅନୁକୂଳ ଶୁଭ
ଅକ୍ଷିମୁଠି ଧାନ କରି କି ପୂଜନ
ଲକ୍ଷ୍ମୀ ଠାକୁରାଣୀ ଦମ୍ଭ।
କୃଷକ ଉତ୍ସବ ଦେଶର ଗୈାରବ
ଚାଷି ପାଳନ ପରବ
ସର୍ବ ଚାଷି କୁଳ କରି ଅନୁକୁଳ
କ୍ଷେତ ଚାଷ ଅନୁଭବ।
ଧାନ ଗଉଣିକୁ ସିନ୍ଦୁର ଅଳତା
ଧୂପ ଦୀପ ଦେଇ ସଜା
ଅକ୍ଷିମୁଠି ଅନୁକୁଳ ହୁଳହୁଳି
ଫୁଲ ମନ୍ତ୍ର ପାଠ ପୂଜା।
ହଳକୁ ଲଙ୍ଗଳ ଯୁଆଳି ଦଉଡି
ବଳଦ ଜ୍ୟୋତି କ୍ଷେତରେ
ଆନନ୍ଦ ମନରେ ଚାଷ କରିଚାଲେ
ଖେଳେ ଖୁସି ତାମନରେ।
ଲକ୍ଷ୍ମୀ ମା ସ୍ମରଣ ଧାନ ବୁଣା ବୁଣି
ଚାଷି ପାଳନ ପରବ
କୃଷକ ଆନନ୍ଦ ତୃତୀୟା ପାଳନ
ନିଜକୁ କରି ଗୈାରବ।
କୃଷକର ଚାଷ ପୋଷେ ବାର ମାସ
କୃଷକ ଆମ ଜୀବନ
ଦେଶ ମେରୁଦଣ୍ଡ ଦେଶ ଭବିଷ୍ୟତ
ଯୋଗାଏ ଆମ ବ୍ୟଞ୍ଜନ।
ଦୁଃଖ କଷ୍ଟ ସହି ଝଡି ବର୍ଷା ଖରା
ଆମ ପାଇଁ ଦିଏ ଦାନା
ଧନ୍ୟ ହେ କୃଷକ ଦେଇଚ ଆହାର
ସହି ଅସହ୍ୟ ଯନ୍ତ୍ରଣା।
ତୁମକୁ ପ୍ରଣାମ କୋଟି ନମସ୍କାର
ଘେନ ଆମର ଜୁହାର
ଜଗତର ସେବା ତୁମ ଉପକାର
କୃଷକ ଖାଦ୍ୟ ଭଣ୍ଡାର।
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା