ନାଗପାଳ ଦୁର୍ଗା ପୂଜା କମିଟି ପକ୍ଷରୁ ମାଦୁର୍ଗା ଙ୍କ ପୂଜା ଓ ରାବଣ ପୋଡ଼ି ଉତ୍ସବ ପାଳିତ

ବାରିପଦା-ଉଦଳା, ୨୨/୧୦ /୨୦୨୬(,କ: ବ୍ଯୁ) ମୟୂରଭଞ୍ଜ ଜିଲ୍ଲା ଉପଖଣ୍ଡ  ଉଦଳା ସହରର ନାଗପାଳଠାରେ ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜା ଧୁମଧାମରେ ପାଳିତ ହୋଇଛି। ଏହି ଅବସରରେ ନାଗପାଳ ଦୁର୍ଗା ପୂଜା କମିଟି ପକ୍ଷରୁ ଯଥା ବିଧିବିଧାନ  ଅନୁଯାୟୀ ଷଷ୍ଠୀ ୧୭/୧୦ ଶନିବାର  ହୋଇ ୧୮/୧୦ ରବିବାର  ମହାସପ୍ତମୀ ରେ ଘଟ୍ଟ ଅଣାଯାଇଥିଲା। ୧୯ ତାରିଖ ସୋମବାର ମହାଷ୍ଟମୀ ଓ ସନ୍ଧିପୂଜା ହୋଇଥିଲା, ସନ୍ଧ୍ୟା ରେ ରେକଡ ଡ଼୍ୟାନସ  ପ୍ରତିଯୋଗିତା ହୋଇଥିଲା ।୨୦/୧୦ ମଙ୍ଗଳବାର ନବମୀ ପ୍ରସାଦ ସର୍ବସାଧାରଣ ଙ୍କୁ ବଣ୍ଟନ କରାଯାଇଥିଲା ସନ୍ଧ୍ୟା ରେ ମେଲୋଡି କାର୍ଯ୍ୟକ୍ରମ ହୋଇଥିଲା ।୨୧ ବୁଧବାର ସନ୍ଧ୍ୟାରେ ପାରମ୍ପରିକ ରାବଣ ପୋଡ଼ି ଉତ୍ସବ ମହାଆଡ଼ମ୍ବରରେ ଆୟୋଜନ କରାଯାଇଥିବା କମିଟି ପକ୍ଷରୁ ସୂଚନା ମିଳିଛି।
ଏହି ଉତ୍ସବରେ ଓଡ଼ିଶା ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦାନ କରିଥିଲେ । ଉଦଳା ପୃର୍ତ୍ତ ବିଭାଗ ଡାକବଙ୍ଗଳା ରୁ ପୂଜା କମିଟିର କର୍ମକର୍ତ୍ତା ଓ ଶତାଧିକ ସଦସ୍ୟ ମାନେ ବାଇକ୍ ରାଲି ରେ ମନ୍ତ୍ରୀ ଓ ବିଧାୟକ ଙ୍କୁ ମାଦୃର୍ଗା ଙ୍କ ମଣ୍ଡପ ନିକଟକୁ ପାଛୋଟି ନେଇ ଥିଲେ ।ରାମ ଲକ୍ଷ୍ମଣ ହନୁମାନ ଭେଷ ରେ  ଏକ ଶୁସଜ୍ଜିତ ଖୋଲା ଜାନ ରେ ବଜାର ପରିକ୍ରମା କରି ମନ୍ତ୍ରୀ ଓ ଉଦଳା ବିଧାୟକ ତଥା ଯୋଜନା ବୋର୍ଡ ର ଅଧ୍ୟକ୍ଷ ଭାସ୍କର ମଡ଼େଇ , ଉପଖଣ୍ଡ ପୋଲିସ ଅଧିକାରୀ ଗୋକୁଳାନନ୍ଦ ସାହୁ ଙ୍କୁ ରାବଣ ପୋଡି ପେଣ୍ଡାଲ ନିକଟକୁ ପାଛୋଟି ନେଇଥିଲେ   ।ରାବଣ ପୋଡ଼ି ଉତ୍ସବ ରେ ଅନୁଷ୍ଠିତ ସଭାରେ ନାଗପାଳ ଦୁର୍ଗା ପୂଜା କମିଟି ର ସଭାପତି  ଚିତ୍ତରଞ୍ଜନ ବାରିକ ଙ୍କ ସଭାପତିତ୍ବ ରେ ସଭାକାର୍ଯ୍ୟ ଆନୁଷ୍ଠିତ ହୋଇ ଥିଲା ।କମିଟିର ସାଧାରଣ ସମ୍ପାଦକ ନନ୍ଦକିଶୋର ବିନ୍ଧାଣି, ଉପସଭାପତି କୃଷ୍ଣ ଚୈତନ୍ୟ ସଦୁଅଳ, ସହ ସମ୍ପାଦକ ବିସ୍ବରଞ୍ଜନ ମୋଦି, ପ୍ରଣବ ରାଉତ, ଉପଦେଷ୍ଟା ନାରାୟଣ ପଟ୍ଟନାୟକ, ନିହାର ରଞ୍ଜନ ମୋଦି,ସଂଞ୍ଚାଳକ ହରେକୃଷ୍ଣ ମହାନ୍ତି ପ୍ରମୁଖ ମଞ୍ଚାସିନ ହୋଇ ସଭାକାର୍ଯ୍ୟ ରେ  ଗଠନ ମୂଳକ ମତବ୍ୟକ୍ତ   ରଖିଥିଲେ ‌।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *