ଅରଖପାଲି ଗ୍ରାମ ରେ କୁମାର ପୂର୍ଣ୍ଣିମା ଉତ୍ସଵ ୨୦୨୬ ଗତ ୨୩ ତାରିଖ ରେ ଧୁମ୍ ଧାମ ରେ ଅନୁଷ୍ଠିତ

ବୋଲଗଡ଼ : ଖୋର୍ଦ୍ଧା ଜିଲ୍ଲା ର ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ଅରଖପାଲି ଗ୍ରାମ ରେ ପ୍ରଥମ ଥର ପାଇଁ ଭୁବନେଶ୍ଵର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କ କାର୍ଯ୍ୟାଳୟ ତରଫରୁ କୁମାର ପୂର୍ଣ୍ଣିମା ଉତ୍ସଵ ୨୦୨୬ ଗତ ୨୩ ତାରିଖ ରେ ଧୁମ୍ ଧାମ ରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଉତ୍ସବ “ପରିଣିତା” ମହିଳା ଶାଖାର ସକ୍ରିୟ ସଦସ୍ୟା ଦେବସ୍ମିତା ମହାନ୍ତି ଙ୍କ ନେତୃତ୍ୱ ରେ, ସଂଯୁକ୍ତା ଆଚାର୍ଯ୍ୟ ଏବଂ ଯଶୋଦା ପଟ୍ଟନାୟକ ଙ୍କ ଯୋଗଦାନ ତଥା ପରିଣିତା ପରିବାର ର ସମସ୍ତ ସଦସ୍ୟା ଙ୍କ ମିଳିତ ସହଯୋଗ ରେ ଏବଂ ସ୍ଥାନୀୟ ଗ୍ରାମବାସୀ ଙ୍କ ସହଯୋଗରେ ସଫଳ ହୋଇ ପାରିଥିଲା। ଯେଉଁଠି ଓଡ଼ିଶା ର ପରମ୍ପରା, ଐତିହ୍ୟ ଓ ସଂସ୍କୃତି କୁ ସର୍ବଦା ଉଜ୍ଜୀବିତ ରଖିବା ସହିତ ଲୁପ୍ତ ପାଇ ଯାଉଥିବା ପର୍ବ ପର୍ବାଣୀ କୁ ବଞ୍ଚାଇ ରଖିବା “ପରିଣିତା” ର ମୂଳ ଉଦ୍ଦେଶ୍ୟ ଥିଲା। ଉକ୍ତ କାର୍ଯକ୍ରମ ରେ ଭୁବନେଶ୍ଵର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ଜୟ ଓଡ଼ଶା ଫାଉଣ୍ଡେସନ ର ସଭାପତି ରୁଦ୍ର ନାରାୟଣ ସାମନ୍ତରାୟ, ସୁପ୍ରିମ କୋର୍ଟ ଆଡଭୋକେଟ୍ ବିଶିଷ୍ଟ ରାଜ ନେତା ଜୀବନ ସାହୁ ବିଜେପି, ଖୋରଧା ଜିଲ୍ଲା ଉପ ସଭାପତି ଶ୍ରୀ ବାସୁଦେବ ସାହୁ, ଖୋର୍ଦ୍ଧା ଜିଲ୍ଲା ଓକିଲ ସଂଘ ସଭାପତି ଲୋତକ ପଟ୍ଟନାୟକ, ଵିଶିଷ୍ଟ ସମାଜସେବୀ ଶୁଭସ୍ମିତା ମାନ୍ଧାତା ପ୍ରଭୃତି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କର ଯାଇ ଥିଲା। ୧୦୦୦ରୁ ଉର୍ଦ୍ଧ ଗ୍ରାମବାସୀ ଏକଜୁଟ ହୋଇଥିବା ସହିତ ୫୦ରୁ ଉର୍ଦ୍ଧ ଝିଅ ମାନେ ଅପରାଜିତା madam ଙ୍କ ସହ କୁମାର ପୂର୍ଣ୍ଣିମା ପୂଜା ରେ ଯୋଗ ଦେଇ ଥିଲେ। ଚାନ୍ଦ କୁ ଚାହିଁ ପୂଜା ସମାପନ କରି ଚାନ୍ଦ ଚକଟା କୁ ନିକଟ ରେ ଥିବା ପୁଷ୍କରିଣୀ ରେ ଭସେଇଥିଲେ।ଏହା ସହିତ କୁମାର ପୂର୍ଣ୍ଣିମା ଉତ୍ସବ ଉଦ୍ଜା ପନ ହେବା ସହ କୃତି କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା।ଦେବସ୍ମିତା mohanty ଏବଂ ତାଙ୍କର ସମସ୍ତ ଟିମ୍ ଏହି ଉତ୍ସବ କୁ ଏକ ଅବିସ୍ମରଣୀୟ ରୂପ ଦେଇଥିଲେ ଯାହା ବୋଲଗଡ ବାସୀଙ୍କ ପାଇଁ ଥିଲା ଉତ୍ସାହ ଉଦ୍ଦୀପନା ର ଏକ ସ୍ମରଣୀୟ ମୁହୂର୍ତ୍ତ ଥିଲା।ଏହି କାର୍ଯ୍ୟକ୍ରମ ରେ ଅନୁସୂ ୟା ସାହୁ ମଞ୍ଚ ସଂଯୋଜନା କରିଥିବା ବେଳେ ମଣ୍ଡଳ ସଭାପତି ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *