ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ସମୁଦ୍ରକୂଳରେ ନିରନ୍ତର ପାଟ୍ରୋଲିଂ

ପୁରୀ (କ ବ୍ୟୁ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ଯୋଗୁଁ ପ୍ରବଳ ପବନ ଓ ଉଚ୍ଚ ସମୁଦ୍ର ଲହଡ଼ିକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ସୁରକ୍ଷା ନିମନ୍ତେ ପୁରୀ ପୋଲିସ ପକ୍ଷରୁ ସମସ୍ତ ପର୍ଯ୍ୟଟନ ସମୁଦ୍ରକୂଳରେ ନିରନ୍ତର ପାଟ୍ରୋଲିଂ କରାଯାଉଛି।

ଏହି ପରିସ୍ଥିତିରେ ପର୍ଯ୍ୟଟକ ଓ ସାଧାରଣ ଜନତାଙ୍କୁ ସମୁଦ୍ରରେ ସ୍ନାନ ନ କରିବା, ସମୁଦ୍ର ଜଳର ନିକଟବର୍ତ୍ତୀ ସ୍ଥାନକୁ ନ ଯିବା ଏବଂ ଡ୍ୟୁଟିରେ ନିୟୋଜିତ ପୋଲିସ କର୍ମଚାରୀଙ୍କ ନିର୍ଦ୍ଦେଶାବଳୀ ପାଳନ କରିବାକୁ ପରାମର୍ଶ ଦିଆଯାଉଛି।
ବାତ୍ୟା ସମୟରେ ସମସ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ପୁରୀ ପୋଲିସ ସଜାଗ ରହିଛି . ଜନସାଧାରଣ ଓ ପର୍ଯ୍ୟଟକମାନେ ସତର୍କ ରହିବା ସହ ପୋଲିସକୁ ସହଯୋଗ କରିବାକୁ ଅନୁରୋଧ।

(ପୁରୀ ଜିଲ୍ଲା ପ୍ରତିନିଧି ବଳରାମ ତ୍ରିପାଠୀ ଙ୍କ ରିପୋର୍ଟ )
[1:10 pm, 28/10/2026] Puri B Tripathy Press:

Leave a Reply

Your email address will not be published. Required fields are marked *