ଜୟ ହେ ମା’ ଦୁର୍ଗା


ଜୟ ଜୟ ମାତା ଜୟ ଅମ୍ବାଳିକା
ଜୟ ଦୁର୍ଗତିନାଶିନୀ,
ଜୟ ମା’ ପାର୍ବତୀ ହେ ଆଦି ଜନନୀ
ସୁଖ-ଶାନ୍ତି ପ୍ରଦାୟିନୀ ।

ଏ ଶୁଭ ଶରଦେ ଦରଶନ ଦିଅ
ଡାକୁଅଛୁ ମାତାମଣୀ,
ପୂଜା-ନଇବେଦ୍ୟ ପୁଷ୍ପାଞ୍ଜଳି ନିଅ
ଏ ମର୍ତ୍ତ୍ୟେ ସି°ହବାହିନୀ ।

ପାପ-ଅତ୍ୟାଚାର କର ମା’ ବିନାଶ
ଆହେ ମହିଷମର୍ଦ୍ଦିନୀ,
ଅନ୍ୟାୟ-ଅଧର୍ମ କରିଦିଅ ଧ୍ଵ°ସ
ଆହେ ଦୁର୍ଗତିନାଶିନୀ !

ଆଉ ଥରେ ମାତ୍ର ତବ ବିଶ୍ଵରୂପ
ଦେଖୁ ଏ ପାପୀ-ଅଜ୍ଞାନୀ,
ସତ୍ୟ-ଧର୍ମ ସଦା ନ ହେଉ ଯେ’ ବୃଥା
ସାହା ହୁଅ ହେ ଜନନୀ !

ରଖ ସାଧୁ-ସନ୍ଥ ସରଳ ଜୀବନ
ଗରଳକୁ କର ପାଣି,
ଜୟ ହେ ମା’ ଦୁର୍ଗା ନିଅ ସର୍ବ ପୂଜା
ଦିଅ ଆଶୀର୍ବାଦ ବୁଣି !

ଶମ୍ଭୁନାଥ ଦାସ / କୋଲକାତା
Jatiya Pragati Abhiyan (Society)
Kolkata & Odisha

Leave a Reply

Your email address will not be published. Required fields are marked *