ବାଲିଚନ୍ଦ୍ରପୁରର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ


ବାଲିଚନ୍ଦ୍ରପୁର,୧୨/୧୦ ବାଲିଚନ୍ଦ୍ରପୁର ତଥା ଆଖପାଖ ଅଂଚଳରେ ଗଜଲକ୍ଷ୍ମୀ ପୂଜା ଏକ ପ୍ରସିଦ୍ଧ ପୂଜା ଭାବେ ଅନୁଷ୍ଠିତ ହୋଇଥାଏ । ବିଶେଷ ଭାବେ ଗଜଲକ୍ଷ୍ମୀ ପୂଜା ପାଇଁ ବାଲିଚନ୍ଦ୍ରପୁର ବଜାର ଉସôବମୂଖର ହୋଇଉଠେ । ଏହି ବର୍ଷ ଅନ୍ୟାନ୍ୟ ବଜାରକୁ ଛାଡ଼ି ବାଲିଚନ୍ଦ୍ରପୁର ବଜାରରେ ୧୨ ଗୋଟି ମା’ଗଜଲକ୍ଷ୍ମୀଙ୍କ ମୃଣ୍ମୟମୂର୍ତ୍ତି ପୂଜା ପାଇବେ । ଏହି ପୂଜା ଆସନ୍ତା ୨୫ ତାରିଖରୁ ଆରମ୍ଭ ହୋଇ ୪ ତାରିଖରେ ବିଷର୍ଜନ ହୋଇ ପରଦିନ ଭଷାଣିଯାତ୍ରା ହେବ ବୋଲି ଜଣାପଡ଼ିଛି । ବାଲିଚନ୍ଦ୍ରପୁର ବଜାରର ଶ୍ୟାମସୁନ୍ଦର ବଜାର କମିଟିସ୍ଥିତ ଲକ୍ଷ୍ମୀମଣ୍ଡପ ପରିସରରେ ସମସ୍ତ ପୂଜା କମିଟିର କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ୟାମସୁନ୍ଦର ବଜାର କମିଟିର ସଭାପତି ପ୍ରଦୀପ୍ତ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରକାଶ ଚନ୍ଦ୍ର ସାମଲ, ସମିତି ସଭ୍ୟ କୁଳମଣି ବାରିକ, ପ୍ରବାସ କୁମାର ଦାଶ, ଗୌରାଙ୍ଗ ଚନ୍ଦ୍ର ସାହୁ, କାର୍ତ୍ତିକ ଚନ୍ଦ୍ର ସାହୁ, ସୁବାଷ ଚନ୍ଦ୍ର ସାହୁ, ନିତ୍ୟାନନ୍ଦ ମଲ୍ଲିକ, ଅଶିତ୍ କୁମାର ବିଶ୍ୱାଳ, କାର୍ତ୍ତିକ ଚନ୍ଦ୍ର ସେଠୀ, ବାପି ଜେନା, ଅଜୟ କୁମାର ସେନାପତି, ବଟକୃଷ୍ଣ ଜେନା, ଦାମୋଦର ସେନ୍, ସୁଦର୍ଶନ ସେଠୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ । ଏହି ପୂଜାରେ ରଙ୍ଗିନ ଆଲୋକମାଳାରେ ପୂଜା ମଣ୍ଡପ ଗୁଡ଼ିକ ସଜା ହେବା ସହ ମିନାବଜାର, ବିଭିନ୍ନ କମିଟିର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଏହି ପୂଜା ଦେଖିବା ପାଇଁ ବାଲିଚନ୍ଦ୍ରପୁର ତଥା ଆଖପାଖ ଅଂଚଳର ଲକ୍ଷ୍ୟାଧିକ ଶ୍ରଦ୍ଧାଳୁ ଯୋଗଦେଇଥାନ୍ତି । ପୂଜା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳା ବଜାଇ ରଖିବା ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ସହ ଆଲୋଚନା କରାଯିବା ପାଇଁ ସମସ୍ତଙ୍କ ମଧ୍ୟରେ ମତପ୍ରକାଶ ପାଇଥିଲା । ବିଭିନ୍ନ ପୂଜା ମଣ୍ଡପର କର୍ମକର୍ତ୍ତା ମାନେ ଏକତ୍ରୀତ ହୋଇ ପରସ୍ପର ମଧ୍ୟରେ ସମନ୍ୱୟ ରଖି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ଓ ଭଷାଣି କାର୍ଯ୍ୟକ୍ରମ କରାଯିବ ବୋଲି ଆଲୋଚନା ହୋଇଥିଲା ।

Leave a Reply

Your email address will not be published. Required fields are marked *