ରାଜସ୍ୱ ଓ ଖଣି ବିଭାଗର ମିଳିତ ଚଢ଼ାଉ: ୨୮ଟି ଗାଡ଼ି ଜବତ

କଟକ, ତା ୧୫.୧୦.୨୦୨୬ ରିଖ: ଜିଲ୍ଲାରେ ବେଆଇନ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଇବା ଏବଂ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ ଉଦ୍ଦେଶ୍ୟରେ କଟକ ଜିଲ୍ଲାରେ ରାଜସ୍ୱ ଓ ଖଣି ବିଭାଗ ପକ୍ଷରୁ ପୁଲିସ ସହଯୋଗରେ ମିଳିତ ଚଢ଼ାଉ କରାଯାଇଛି।

ଜିଲ୍ଲାର ବାରଙ୍ଗ, ମାହାଙ୍ଗା ଓ କିଶନନଗର ତହସିଲ ଅଞ୍ଚଳରେ ଏହି ଚଢ଼ାଉ କରାଯାଇଥିବା ବେଳେ ମୋଟ ୨୮ଟି ଗାଡ଼ି ଜବତ କରାଯାଇଛି। ବେଆଇନ କାର୍ଯ୍ୟକଳାପ ରୋକିବା ସହ ନିୟମର ଉଲ୍ଲଂଘନ କରୁଥିବା ବ୍ୟକ୍ତି ଓ ସଂସ୍ଥାଗୁଡ଼ିକ ଉପରେ ନଜର ରଖିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।

ଜବତ ଗାଡ଼ିଗୁଡ଼ିକ ସମ୍ପର୍କରେ ନିୟମାନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବା ସହ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଜୋରିମାନା ଆଦାୟ ଏବଂ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଜିଲ୍ଲାରେ ବେଆଇନ କାର୍ଯ୍ୟକଳାପ ରୋକିବା ଓ ନିୟମର କଡ଼ାକଡ଼ି ଅନୁପାଳନ ସୁନିଶ୍ଚିତ କରିବା ପାଇଁ ପ୍ରଶାସନ ପକ୍ଷରୁ ଏଭଳି ଚଢ଼ାଉ କରାଯାଉଛି।

Leave a Reply

Your email address will not be published. Required fields are marked *