
୧୩/୧୦: ତିନିଘରିଆ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ମିଲେଟ୍ ପ୍ରତିଯୋଗିତା ବିଦ୍ୟାଧରପୁର ବିଦ୍ୟାଳୟ ସମୂହ ପରିସରରେ ଅନୁଷ୍ଠିତ ହୋଇଛି। ସି ଆର୍ ସି ସି ଲକ୍ଷ୍ମୀପ୍ରିୟା ରାଉତ ଙ୍କ ପୌରୋହିତ୍ୟରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ଅତିଥି ଭାବେ ଏ ବି ଇ ଓ ତଥା ୟୁ ଆର୍ ସି ସି ଅନନ୍ତ ଚରଣ ଦେହୁରୀ,
ଏ ବି ଇ ଓ ମନୋରଞ୍ଜନ ମଙ୍ଗରାଜ, ଶିବ ପ୍ରସାଦ ମଲ୍ଲିକ, ଟାଙ୍ଗୀ ର ପୂର୍ବତନ ବି ଇ ଓ ସରୋଜିନୀ ସାହୁ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ । ଉଦ୍ ଯାପନୀ ଉତ୍ସବରେ ଚୌଦ୍ୱାର କଟକ ବିଧାୟକ ତଥା ବିଦ୍ୟାଧରପୁର ଉଚ୍ଚ ବିଦ୍ୟାଳୟର ସଭାପତି ସୌଭିକ୍ ବିଶ୍ଵାଳ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଭଲ ମଣିଷ ହେବାକୁ ପରାମର୍ଶ ଦେଇ କହିଲେ। ପ୍ରତ୍ୟେକ ଛାତ୍ର ଛାତ୍ରୀ ପାଠ ପଢ଼ିବା ସହିତ ନିଜ ରୁଚି ଅନୁସାରେ ଖେଳ ହେଉ, ଚିତ୍ରକଳା ହେଉ ଯେଉଁ ଥିରେ ଯାହାର ରୁଚି ସେଥି ପ୍ରତି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଧ୍ୟାନ ଦେବା ଉଚିତ୍। ନୋଡାଲ ଉ ପ୍ରା ବିଦ୍ୟାଳୟର
ପ୍ରଧାନ ଶିକ୍ଷକ ସହଦେବ ସାହୁ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଞ୍ଜୁଶ୍ରୀ ମହାନ୍ତି କାର୍ଯ୍ୟକ୍ରମ ସମ୍ପର୍କ ରେ ସୂଚନା ଦେଇଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୃତ୍ୟ, ସଙ୍ଗୀତ, ବିତର୍କ, ଡ୍ରଇଂ, ମିଲେଟ୍ ସଂକ୍ରାନ୍ତୀୟ ଓ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ ।ଶେଷରେ ବିଦ୍ୟାଧରପୁର ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ କଳ୍ପନା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।
ବିଦ୍ୟାଳୟର ଶିକ୍ଷକ ବିଶ୍ୱଜିତ୍ ଜେନା, ଶିକ୍ଷୟତ୍ରୀ ସୁପ୍ରଭା ପଣ୍ଡା, ସ୍ମିତା ରାଣୀ ସେଠୀ, ବାସନ୍ତୀ ବେହେରା, ସୁପ୍ରିୟା ସେନାପତି, ଜୟଶ୍ରୀ ସାହୁ, ଗୀତାଞ୍ଜଳି ସ୍ୱାଇଁ, ରୀନାକ୍ଷୀ ଷଡ଼ଙ୍ଗୀ, ଜୟଶ୍ରୀ ମହାପାତ୍ର, ଭାଗ୍ୟଶ୍ରୀ ରାଏ, ସବିତା ମହାରଣା, ଉର୍ମିଳା ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।