

ବ୍ରହ୍ମପୁର, ତା. ୧୩ / ୧୦ :
ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ପଶ୍ଚିମ ବଙ୍ଗ କଲିକତା ସ୍ଥିତ ସତ୍ୟଜିତ ରାୟ ଅଡିଟୋରୀୟମ୍ ଠାରେ କାଲ୍ଚୁରାଲ ଡେଭଲାପମେଣ୍ଟ ଫାଉଣ୍ଡେସନ ପ୍ରଯୋଜିତ ଅନ୍ତଃରାଷ୍ଟ୍ରୀୟ ମେଗା ଡ୍ୟାନ୍ସ ଆଣ୍ଡ ଆୱାର୍ଡ ସେରମୋନି “ମହାମାୟା” ଅବସରରେ ମହାଜ୍ୟୋତି ସମ୍ମାନରେ ସମ୍ବର୍ଦ୍ଧିତ ହୋଇଛନ୍ତି। ମଞ୍ଚରେ କେପିସି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଅଧ୍ୟକ୍ଷ ପ୍ରଫେସର ଡ଼ା. କୁନାଲ କାନ୍ତି ମଜୁମଦାର, ଜେଆଇଏମଏସଏଚ ଫାଉଣ୍ଡେର ଚେୟାରମ୍ୟାନ ଜଗନ୍ନାଥ ଗୁପ୍ତା ଜୀ, ବାଟା ଇଣ୍ଡିଆର ଆସିଷ୍ଟାଣ୍ଡ ଜେନେରାଲ ମ୍ୟାନେଜର (ବାଣିଜ୍ୟ) ପ୍ରଦୀପ କୁମାର ମହାପାତ୍ର, ଏଚଇଏକ୍ସଏ ଭାଇସ ପ୍ରେସିଡେଣ୍ଟ ଅମିତାଭ ମୋଇତ୍ରା, ବରିଷ୍ଠ ଯାତ୍ରା କଳାକାର ମଞ୍ଚ ମୋହନ ରାଜେନ୍ଦ୍ର ପତି ପ୍ରମୁଖ ଅତିଥିମାନେ ମଂଚାସୀନ ଥିଲେ ଏବଂ କଲଚୁରାଲ ଡେଭଲାପମେଣ୍ଟର ପ୍ରତିଷ୍ଠାତା ଡଃ.ଉପେନ୍ଦ୍ର କୁମାର ଶର୍ମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରଦେଶର ନୃତ୍ୟ ଶିଳ୍ପୀମାନେ ନୃତ୍ୟ ପରିବେଷଣ କରିଥିଲେ। ଅନୁଷ୍ଠାନର ଅନ୍ୟାନ୍ୟ ସଦସ୍ୟା-ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।