
ବାୟୁମଣ୍ଡଳରେ ଅସଂଖ୍ଯ ଜୀବାଣୁ
ପରିବେଶ ପ୍ରଦୂଷିତ,
ଖାଲି ଆଖିରେ ଯେ’ ହୁଏ ନାହିଁ ଦେଖି
ଶରୀର ପକ୍ଷେ ସଂକଟ ।
ବିଭିନ୍ନ ପ୍ରକାର ପଦାର୍ଥ ସହିତ
ମାନବ ହାତରେ ସ୍ଥିତ,
ହାତ ଛୁଆଁ ଆଖି ନାକ ଆଉ ପାଟି
ଜୀବାଣୁ ଦ୍ବାରା ଆକ୍ରାନ୍ତ ।
ହାତ ସଫା ପାଇଁ ଚିନ୍ତା-ଚେତନାରେ
ହାତଧୁଆ’ର ଦିବସ,
ପନ୍ଦ୍ର ଅକ୍ଟୋବର ଦି’ ହଜାର ଆଠ
ଆରମ୍ଭେ ଆସେମ୍ବ୍ଲି ବିଶ୍ଵ ।
କରୋନା ଭୂତାଣୁ ରୋଗ ସଂକ୍ରମଣେ
ବୁଦ୍ଧିଜୀବୀ ସଚେତନ,
ପ୍ରତ୍ଯେକ ଜୀବାଣୁ ପ୍ରତିହତେ ଜନ
କରେ ଦିବସ ସ୍ମରଣ ।
ଦଶାଙ୍ଗୁଠି ସାଥେ ହାତ-ଚକି ଦ୍ବୟ
କାର୍ଯ୍ୟେ ଧରଇ ପଦାର୍ଥ,
ପଦାର୍ଥ ଜୀବାଣୁ ହସ୍ତେ ଲାଗି କରେ
ସୁସ୍ଥ ଶରୀର ଅନର୍ଥ ।
ଅଧୁଆ ହସ୍ତରେ ନାଶା ଚକ୍ଷୁ ମୁଖ
କର ନାହିଁ କେବେ ସ୍ପର୍ଶ,
ଖାଇବା ଆଗରୁ ଖାଇବା ପରେ ବି
ହାତ ଧୁଅନ୍ତୁ ଅବଶ୍ଯ ।
ଭଲ-ମନ୍ଦ ସବୁ କରିଥାଏ ହାତ
ସର୍ବ ରୋଗର ବାହକ,
ପରିଷ୍କାର ପରି- ଚ୍ଛନ୍ନ’ର ଏମନ୍ତ
ଦିବସ ଅଟେ ପ୍ରତୀକ ।
ବିଶ୍ଵ ହାତ-ଧୁଆ ଦିବସେ ଆହ୍ଵାନ
ସଦା ହସ୍ତ ପ୍ରଖାଳନ,
ସକଳ ଜୀବାଣୁ ଘଉଡ଼ାଇ ସର୍ବେ
ଭୋଗ ନିରୋଗ ଜୀବନ ।
ଶମ୍ଭୁନାଥ ଦାସ / କୋଲକାତା
Jatiya Pragati Abhiyan (Society)
Kolkata & Odisha