



ପାଲଲହଡା : ଦୀର୍ଘଦିନର ଅନ୍ତ ଘଟାଇ ଆଜି ପାଲଲହଡା ଓଭର ବ୍ରିଜ ନିକଟରେ ବହୁ ଚର୍ଚିତ ଅତ୍ୟାଧୁନିକ ଜୈଶ୍ୱାଲ ହିରୋ ସୋରୁମର ଶୁଭ ଉଦଘାଟନ ହୋଇଯାଇଛି !ସୋରୁମ ମାଲିକ ବିକ୍ରମ ପ୍ରତାପ ଜୈଶ୍ବାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିରୂପେ ସ୍ଥାନୀୟ ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲ, ସ୍ୱତନ୍ତ୍ର ଅତିଥିରୁପେ ହିରୋକ୍ରପର ଟିଏସଏମ ଅର୍ଚନା କୁମାରୀ, ସମ୍ମାନିତ ଅତିଥିରୂପେ କମ୍ପାନୀର ଅନ୍ୟତମ ଟିଏସଏମ ଆୟୁଷ କୁମାର, କେନ୍ଦୁଝର ତାରିଣୀ ମୋଟର୍ସର ମାଲିକ ମନୋଜ କୁମାର ସାହୁ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ କରକମଳରେ ଉଦଘାଟିତ ହୋଇଯାଇଛି !ଏହି ସୋରୁମ ଦ୍ୱାରା ଏଠାକାର ହିରୋ ମୋଟର ସାଇକେଲ ଗ୍ରାହକଙ୍କର ଦୀର୍ଘ ଦିନରୁ ଲାଗିରହିଥିବା ସମସ୍ୟାର ଅନ୍ତ ଘଟିଛି ବୋଲି ଏଥିରେ ଯୋଗଦେଇଥିବା ଟିଏସଏମ ଅର୍ଚନା କୁମାରୀ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି !ପରବର୍ତୀ ମୁହୂର୍ତରେ ପ୍ରାକ୍ତନ ବିଧାୟକ ମୁକେଶ କୁମାର ପାଳ ମଧ୍ୟ ସୋରୁମ ବୁଲି ଦେଖିଥିଲେ !