ଭକ୍ତି


ସକାଳ ପ୍ରହରୁ ତୁମରି ସଂଗୀତ
ଦେଉଳେ ମୃଦଙ୍ଗ ବାଜା
ପବିତ୍ର ଲାଗୁଛି ଦେହ ମନ ଖାଲି
ମନ୍ଦିର ଉଡୁଛି ଧ୍ବଜା।
ଯାନାମ ସାର୍ଥକ ଜଗତ ଆଲୋକ
ପଥ ଶୁଭ ଆମ ପ୍ରଭୁ
ନାମ ଅନୁସରି ଯାଉଛି ବାହାରି
ଦେଇ କହେ ଭାବ ସବୁ।
ଭଜନ ଜଣାଣ କୀର୍ତ୍ତନ ବନ୍ଦନା
ମନ୍ତ୍ର ପାଠ ସ୍ତୁତି ଜ୍ଞାନ
ଡାକୁଥାଉ ନିତି ଜପୁଥାଉ ଭକ୍ତି
ମିଳେ ପ୍ରଭୁ ଭଗବାନ।
ଚନ୍ଦନ ତୂଳସୀ ସିନ୍ଦୂର କଜଳ
ମଥାରେ ଚମକି ଥାଉ
ଭକତ ଉଦ୍ଧାର ଦୁଂଖିକୁ ମୋଚନ
ଭକ୍ତି ରହୁ ମହାବାହୁ।
ଚନ୍ଦ୍ରସୂର୍ଯ୍ୟ ତାରା ନୀର୍ମଳ ଆକାଶ
‌ ଦିଅନ୍ତି ପ୍ରକୃତି ଶକ୍ତି
ଜଳବାୟୁ ଆଦି ସେନେହ ମମତା
ନିର୍ଗତ ସୁନ୍ଦର ମୁକ୍ତି।

ମାନଗୋବିନ୍ଦ ସ୍ବାଇଁ
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Leave a Reply

Your email address will not be published. Required fields are marked *